Below header

ସୁନ୍ଦରଗଡ ସର୍ଗିପାଲି ଗାଁ ମୁଣ୍ଡରେ ବନ୍ଧାଗଲା ରସି, ବାହାର ଲୋକଙ୍କୁ ପ୍ରବେଶ ମନା

ସୁନ୍ଦରଗଡ: କରୋନା ପାଇଁ ସୁନ୍ଦରଗଡ ସର୍ଗିପାଲି ଗ୍ରାମବାସୀଙ୍କ ଦ୍ୱାରା ଗାଁ ମୁଣ୍ଡରେ ଲକ ଡାଉନ। ଗାଁ ମୁଣ୍ଡରେ ଏକ ରସି ବାନ୍ଧି ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଗାଁ ଭିତରକୁ ବାହାର ଲୋକଙ୍କୁ ପଶିବାକୁ ଦେଉନାହାନ୍ତି ଲୋକେ। ଗାଁ ମଧ୍ୟରେ କୌଣସି ସାମଗ୍ରୀ କିଣିବାକୁ ଗଲେବି ହାତ ଧୋଇ ପୁଣି ଘରକୁ ଫେରୁଛନ୍ତି। ସଚେତନ ହେଲେ ନିଜେ ବଂଚିବା ସହ ଦେଶ ବଂଚିବ। ଏଥିପାଇଁ ସାରାଗାଁରେ ଏହି ନିଷେଧାଦେଶ ଜାରି କରାଯାଇଥିବା ଗ୍ରାମବାସୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.