କରୋନା ଭାଇରସ୍ ସହ ଲଢିବା ପାଇଁ ଭାରତ ସମେତ ଅନ୍ୟ ୬୪ ଟି ଦେଶକୁ ଆର୍ଥିକ ସାହାଯ୍ୟର ହାତ ବଢାଇଲା ଆମେରିକା

କରୋନା ଭାଇରସ ପାଇଁ ଏବେ ସାରା ବିଶ୍ୱ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ବିକଶିତ ଦେଶରୁ ଆରମ୍ଭ କରି ବିକାଶଶୀଳ ରାଷ୍ଟ୍ର ପର୍ଯ୍ୟନ୍ତ ସମସ୍ତେ ଏବେ କରୋନା କବଳରେ । ଏପରିକି ଆମେରିକା ଭଳି ଉନ୍ନତ ରାଷ୍ଟ୍ରରେ ମଧ୍ଯ ହାହାକାର ଦେଖାଯାଉଛି । ତେବେ ନିଜ ଦେଶ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିସାରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅନ୍ୟ ଦେଶକୁ ମଧ୍ଯ ସାହାଯ୍ୟର ହାତ ବଢାଇଛନ୍ତି । କରୋନା ଭାଇରସ୍ ସହ ଲଢିବା ପାଇଁ ଆମେରିକା ଏବେ ଭାରତକୁ ୨୯ ଲକ୍ଷ ଡଲାର ବା ପାଖାପାଖି ୨୧ କୋଟି ୭୭ ଲକ୍ଷ ଟଙ୍କାର ସାହାଯ୍ୟ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ ଆମେରିକା ଭାରତ ବ୍ୟତୀତ ଅନ୍ୟ ୬୪ଟି ଦେଶକୁ ୧୩,୦୦୦ କୋଟି ଟଙ୍କା ସାହାଯ୍ୟ କରିବ ବୋଲି ଘୋଷଣା କରିଛି । ତେବେ ଏହି ରାଶି ଦେଶର ମେଡିକାଲ ସୁବିଧା ସୁଯୋଗ ଉନ୍ନତ କରିବା ପାଇଁ ଦିଆଯାଉଛି ବୋଲି ଆମେରିକା କହିଛି । ଭାରତ ସମେତ ଶ୍ରୀଲଙ୍କା, ନେପାଳ, ବଙ୍ଗଳାଦେଶ ଏବଂ ଆଫଗାନିସ୍ତାନ ଭଳି ଦେଶଗୁଡ଼ିକୁ ଆର୍ଥିକ ସାହାଯ୍ୟର ଆବଶ୍ୟକତା ରହିଛି ସେଥିପାଇଁ ଏହି ପ୍ୟାକେଜ ଘୋଷଣା କରାଯାଉଛି ବୋଲି କହିଛନ୍ତି ଟ୍ରମ୍ପ । ତେବେ ଆମେରିକାରେ ବର୍ତ୍ତମାନ୍ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ସୂଚନା ଅନୁଯାୟୀ ଅନେକ ଦଶକ ଧରି ଯୁକ୍ତରାଷ୍ଟ୍ର ଆମେରିକା ସାର୍ବଜନୀକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ବିପାକ୍ଷିକ ସହାୟତା ପାଇଁ ବିଶ୍ୱରେ ସବୁଠାରୁ ଆଗରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.