Below header

କରୋନା ଭାଇରସକୁ ନେଇ ଭିନ୍ନ ଅନ୍ଦାଜରେ ଲୋକଙ୍କୁ ସଚେତନ କରାଉଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଭିଡିଓ

କରୋନା ଦାଉରୁ ସୁରକ୍ଷା ନେଇ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ହେଉଛି ‘ସାମାଜିକ ଦୂରତା’ । କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ତଥା ଡାକ୍ତର ମାନେ ପରସ୍ପର ଭିତରେ ଦୂରତା ରକ୍ଷା ନେଇ ଲୋକଙ୍କୁ ସଚେତନ କରାଉଛନ୍ତି । ଏନେଇ ଦେଶର ଅନେକ ଲୋକପ୍ରିୟ ନେତା ସଚେତନତାର ବାର୍ତ୍ତା ବାଂଟୁଥିବା ବେଳେ ଏନେଇ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ଼ ସାଙ୍ଗମାଙ୍କ ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ କୋନରାଡ଼ ସାଙ୍ଗମା ମେଘାଳୟ ରାଜଧାନୀ ସିଲଂଗର ଏକ ବଜାରରେ ଲାକଙ୍କୁ ‘ସୋସିଆଲ ଡ଼ିଷ୍ଟସିଂଗ’ ବିଷୟରେ ସଚେତନ କରୁଥିବା ସମୟର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଲାଇନରେ ଛିଡା ହୋଇଥିବା ଲୋକଙ୍କୁ ସହଜ ଓ ସରଳ ଉପାୟରେ ନିଜ ନିଜ ଭିତରେ ଅତି କମରେ ଏକ ମିଟର ଦୂରତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ବୁଝାଉଛନ୍ତି । ଏହି ରୋଗ ଆଖପାଖରେ ରହୁଥିବା କାରଣରୁ ବ୍ୟାପୁଥିବାରୁ ନିଜ ନିଜ ଭିତରେ ଯଥେଷ୍ଟ ଦୂରତା ରଖିବା ଉଚିତ ବୋଲି ତାଙ୍କର ମତ । ଜଣେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ସାଙ୍ଗମାଙ୍କ ଏପରି ପଦକ୍ଷେପ ନିଶ୍ଚିତ ରୂପେ ପ୍ରଶଂସା ଯୋଗ୍ୟ । ଏହା ପୂର୍ବରୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ବି ସମାନ ଅନ୍ଦାଜରେ ଦେଖିବାକୁ ମିଳିଥିଲା ।

ଭାଇରଲ ହେଉଥିବା ଏହି ଭିଡିଓ ଟିରେ ଆପଣ ଦେଖିପାରିବେ ସିଲଂଗ ମାର୍କେଟର ଏକ ସଉଦା ଦୋକାନ ସାମ୍ନାରେ ଲୋକଙ୍କର ଲମ୍ବା ଲାଇନ ଲାଗିଛି । ଠିକ ସେହି ସମୟରେ ହିଁ ସାଙ୍ଗମା ସେଠାରେ ପହଂଚି ଲୋକମାନଙ୍କୁ କରୋନା ସତର୍କତା ନେଇ ବୁଝାଇବାରେ ଲାଗିଛନ୍ତି । କହିରଖିବା ଉଚିତ ହେବକି, କରୋନା ଭାଇରସ ଠାରୁ ରକ୍ଷାପାଇବା ପାଇଁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରାଯାଇଛି । ଏହାବାଦ ବି ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏଯାବତ ଭାରତରେ ଏହି ସଂଖ୍ୟା ୮୭୩ ପାର ହୋଇସାରିଥିବା ବେଳେ ୧୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.