କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିଖବର, ଟି-୨୦ ବିଶ୍ୱକପ୍‌କୁ ନେଇ ଆଇସିସି ଦେଲା ଏପରି ଉତ୍ତର

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହା ଟେଲିକନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ କୋଭିଡ୍-୧୯ କେବଳ କ୍ରିକେଟ ନୁହେଁ ବିଶ୍ୱର ସମସ୍ତ ପ୍ରକାର କ୍ରୀଡ଼ା କାର୍ଯ୍ୟକଳାପକୁ ନିସ୍ତେଜ କରିଦେଇଛି। ଆଇପିଏଲ୍‌ ଠାରୁ ଆରମ୍ଭ କରି ଟୋକିଓ ଅଲମ୍ପିକ୍ସ ପର୍ଯ୍ୟନ୍ତ ସବୁପ୍ରକାର କ୍ରୀଡାକୁ ବର୍ତ୍ତମାନ ପାଇଁ ରଦ୍ଦ କରିଦିଆଯାଇଛି। ଏଥିପାଇଁ ଖେଳ ଜଗତ କୋଟି କୋଟି ଟଙ୍କାର କ୍ଷତି ସହିଛି। କିନ୍ତୁ ଆଗକୁ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌କୁ ନେଇ ଆଇସିସି ଯେଉଁ ନିଷ୍ପତ୍ତି ନେଇଛି, ତାହା ଖେଳପ୍ରେମୀଙ୍କ ପାଇଁ ନିଶ୍ଚିତ ଭାବେ ଖୁସି ଖବର। ଆଇସିସି କହିଛନ୍ତି, ଏହି ଟି-୨୦ ବିଶ୍ୱକପ୍‌ ତାର ନିର୍ଦ୍ଧାରିତ ସମୟରେ ହେବ। ଏହି ବିଶ୍ୱକପ୍‌ ମ୍ୟାଚ ଅକ୍ଟୋବର ୧୮ରୁ ଆରମ୍ଭ ହୋଇ ୧୫ ନଭେମ୍ବର ପର୍ଯ୍ୟନ୍ତ ଚାଲିଛି।

WT20

କୋଭିଡ୍-୧୯ ମହାମାରୀର ଅଗ୍ରଗତି ଉପରେ ନିଜର ରଖାଯିବ। ପର୍ଯ୍ୟାୟକୁ ପର୍ଯ୍ୟାୟ ଅନୁଧ୍ୟାନ କରି ଅକସ୍ମିକ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ଶାହାନେ ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍ ଅକ୍ଟୋବରରେ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ଏହା ପ୍ରତି ବିପଦ ଥିବା ଭଳି ମନେ ହେଉ ନାହିଁ। କାରଣ ଆହୁରି ଅନେକ ଦିନ ବାକି ରହିଛି। ଜୁନ୍ରେ ଯଦି ପରିସ୍ଥିତି ନିୟନ୍ତ୍ରଣକୁ ଚାଲି ଆସେ ତେବେ ବିଭିନ୍ନ ପ୍ରସ୍ତାବକୁ ବିଚାର କରି ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଜଣେ ସିନିୟର ଅଫିସିଆଲ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.