ଲକଡାଉନ ବେଳେ ପୋଲିସର ଦାଦାଗିରି, କ୍ଷୀର ଆଣିବାକୁ ଯାଇଥିବା ବ୍ୟକ୍ତିଙ୍କୁ ମାରି ମାରି ମାରିଦେଲେ

ଲକଡାଉନ ବେଳେ କୌଣସି କାମ ପାଇଁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ପିଟି ପିଟି ମାରିଦେଇଛି। ବ୍ୟକ୍ତି ଜଣକ ଘର ପାଇଁ କ୍ଷୀର କିଣିବାକୁ ଆସିଥିଲେ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ଦୁଇ ଦିନ ତଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

 

ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ଲକଡାଉନ କରିବାକୁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ପୋଲିସ ବିଭାଗକୁ ନିୟମ ଯେଭଳି ଖିଲାପ ନ ହୁଏ ସେହି ଦାୟିତ୍ୱ ଦିଆଯାଇଥିଲା। ମାତ୍ର ବୁଧବାର ଦିନ ହାୱଡା ଜିଲ୍ଲାର ଏହି ବ୍ୟକ୍ତି ଜଣକ କ୍ଷୀର କିଣିବାକୁ ନିକଟସ୍ଥ ଦୋକାନକୁ ଯାଇଥିଲେ। ସେଠାରେ ଭିଡ଼ ହୋଇଥିବାରୁ ପୋଲିସ ଅଚାନକ ଲାଠି ଚାର୍ଜ କରିଦେଇଥିଲା। ଏଥିରେ ବ୍ୟକ୍ତି ଜଣକ ଗୁରୁତର ହୋଇପଡିଥିଲେ। ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା।

ପୋଲିସର ଏଭଳି ବର୍ବରତାକୁ ନେଇ ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ତାଙ୍କ ପତ୍ନୀ ପୋଲିସ ଉପରେ ଦୋଷ ଦେଇକହିଛନ୍ତି ଯେ ପୋଲିସ ଗହଳି କରୁଥିବା ଲୋକଙ୍କୁ ନ ମାରି ମୋ ସ୍ୱାମୀଙ୍କୁ ମାରିଛି। ମାତ୍ର ସ୍ଥାନୀୟ ପୋଲିସ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯିବା ସହ କୌଣସି ଲାଠି ଚାର୍ଜ ହୋଇନଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.