ଆକ୍ସନ ମୁଡରେ ପୋଲିସ୍: ଲକଡାଉନ ଆଇନ ଉଲ୍ଲଂଘନ କରିଥିବାରୁ ଗୋବିନ୍ଦପୁର ଗ୍ରାମର ୩ଜଣ ଗିରଫ

ନିଆଳି : କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଗ୍ରାମରେ ଲକଡାଉନ ଆଇନ ଉଲ୍ଲଂଘନ କରିଥିବାରୁ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଏ ନେଇ ଗୋବିନ୍ଦପୁର ଥାନାଧିକାରୀ ମାନସର ରଞ୍ଜନ ମିଶ୍ର ନଂ. ୩୬, ୩୭ ଏବଂ ୩୮/୨୦ରେ ମାମଲା ରୁଜୁ କରିଛନ୍ତିି। ମହାମାରୀ କରୋନାରୁ ଦେଶବାସୀଙ୍କୁ ରକ୍ଷାକରିବାକୁ ଯାଇ ସରକାର ସମଗ୍ର ଦେଶରେ ୨୧ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ସେହିଭଳି ଜରୁରୀ କାର୍ଯ୍ୟ ନଥିଲେ ଅଯଥାରେ ବାହାରେ ନ ବୁଲିବା ଓ ଗାଁରେ ସାମାଜିକ ଦୂରତ୍ୱ ରଖିବା ପାଇଁ ଲୋକଙ୍କୁ ନିବେଦନ କରାଯାଉଛି। ମାତ୍ର ଏହାକୁ ବହୁ ବ୍ୟକ୍ତି ନ ମାନି ମନଇଚ୍ଛା ବାହାରେ ବାଇକ୍‌ରେ ବୁଲିବାରେ ଲାଗିଛନ୍ତି।

ଗତ କିଛିଦିନ ହେଲା ଗୋବିନ୍ଦପୁର ପୋଲିସ ଏପରି ନ କରିବାପାଇଁ ନିବେଦନ କରି ଆସୁଥିଲେ ମଧ୍ୟ କେତେକ ଅସାମାଜିକ ବ୍ୟକ୍ତି ଏହାକୁ ନ ମାନିବାରୁ ଶୁକ୍ରବାରଠାରୁ ପୋଲିସ ଆକ୍ସନ ମୁଡରେ ଆସିଛି। ପୋଲିସ ପକ୍ଷରୁ କଡ଼ା ଯାଞ୍ଚ କରାଯାଇ ଶୁକ୍ରବାର ୨ଜଣଙ୍କୁ ଓ ଶନିବାର ଜଣକୁ ଗିରଫକରି ୩ଟି ଗାଡି ଜବତ କରିଛି। ଏଥିସହିତ ପୋଲିସ ଗୋବିନ୍ଦପରୁ ଅଞ୍ଚଳର ବିଭିନ୍ନ ଛକବଜାରରେ ପାଟ୍ରୋଲିଂ କରି ବିଶୃଙ୍ଖଳାକାରୀଙ୍କ ବିରୋଧରେ ଆକ୍ସନ ନେବା ଆରମ୍ଭ କରିଛି। ଆଗକୁ ଏହି କାର୍ଯ୍ୟାନୁଷ୍ଠାନ ବ୍ୟାପକ ହେବ ବୋଲି ଥାନାଧିକାରୀ ମିଶ୍ର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.