କ୍ଷଣକରେ ପରିବାର ହୋଇଗଲା ସର୍ବସ୍ୱାନ୍ତ : ବାପା ମୃତଦେହକୁ ଆମ୍ବୁଲାନ୍ସରେ ନେଇ ଯାଉଥିବା ବେଳେ ଦୁର୍ଘଟଣା, ମା’ ଓ ୩ ଝିଅ ମୃତ

ଏକା ସାଙ୍ଗରେ ଚାଲିଗଲେ ବାପା, ମା’ ଏବଂ ୩ ଝିଅ । ବାପାର ମୃତଦେହକୁ ଆମ୍ବୁଲାନ୍ସରେ ନେଇ ଯାଉଥିବା ବେଳେ ଅଜଣା ଗାଡି ଦେଲା ଧକ୍କା । ଘଟଣା ସ୍ଥଳରେ ଚାଲିଗଲା ମା’ ଏବଂ ୩ ଝିଅଙ୍କ ଜୀବନ । କ୍ଷଣକରେ ପରିବାର ହୋଇଗଲା ସର୍ବସ୍ୱାନ୍ତ । ଉତ୍ତରପ୍ରଦେଶ ଉନ୍ନାଓରେ ଘଟିଛି ଏମିତି ଦୁର୍ଘଟଣା ।

ଉତ୍ତରପ୍ରଦେଶର ଉନ୍ନାଓ ଜନପଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାପାର ମୃତଦେହ ଆମ୍ବୁଲାନ୍ସରେ ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ମା’ ଓ ୩ ଝିଅଙ୍କ ଜୀବନ । ଉନ୍ନାଓ ଜିଲ୍ଲାର ପୁରବା ଥାନା ଅଞ୍ଚଳରେ ତୁସରୋରା ଗାଁ ନିକଟରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ସଂପୂର୍ଣ୍ଣ ପରିବାର ଛାରଖାର ହୋଇଗଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ଖବର ମୁତାବକ, ଉନ୍ନାଓରେ ବାପାର ମୃତଦେହ ଆମ୍ବୁଲାନ୍ସରେ ନେଇ ଯାଉଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଆମ୍ବୁଲାନ୍ସକୁ ଅଜଣା ଗାଡି ଧକ୍କା ଦେଇଥିବାରୁ ଆମ୍ବୁଲାନ୍ସରେ ଉପର ଉଡିଯାଇଥିଲା । ଘଟଣା ସ୍ଥଳରେ ଆମ୍ବୁଲାନ୍ସରେ ଥିବା ଆଉ ୪ ଜଣଙ୍କର ଜୀବନ ଚାଲିଯାଇଥିଲା । ଆମ୍ବୁଲାନ୍ସରେ ମୃତକଙ୍କ ପତ୍ନୀ ଏବଂ ୩ ଜଣ ଝିଅ ରହିଥିଲେ । ମୃତଦେହ ଧରି ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ହୋଇଥିଲା ।

ଦୁର୍ଘଟଣା ଯୋଗୁଁ ପରିବାରର ସମସ୍ତ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଏହି ଖବର ଯୋଗୁଁ ମୃତକଙ୍କ ଗାଁରେ ଶୋକାକୁଳ ପରିବେଶ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.