Below header

ଅଭିନବ ପ୍ରତିବାଦ: ଗାଁ ରାସ୍ତାରେ ଧାନ ଗଛ ରୋଇଲେ ଉତ୍ତ୍ୟକ୍ତ ଲୋକ

ମୟୂରଭଞ୍ଜ ଜିଲ୍ଳା କପ୍ତିପଦା ବ୍ଲକ ଘୁଣ୍ଟିବଣି ଗାଁର ପାଣ୍ଡୁଛକ ଠାରୁ ଘୁଣ୍ଟିବିଲ କୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଆଣ୍ଠୁଏ କାଦୁଅ । ଯାହାଫଳରେ ଗାଁ ରାସ୍ତାରେ ଧାନ ଗଛ ରୋଇଲେ ଉତ୍ତ୍ୟକ୍ତ ଲୋକ ।

ଉଦଳା(କେନ୍ୟୁଜ୍): ଅଭିନବ ପ୍ରତିବାଦ । ଗାଁ ରାସ୍ତାରେ ଧାନ ଗଛ ରୋଇଲେ ଉତ୍ତ୍ୟକ୍ତ ଲୋକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଳା କପ୍ତିପଦା ବ୍ଲକ ଘୁଣ୍ଟିବଣି ଗାଁରେ । ପାଣ୍ଡୁଛକ ଠାରୁ ଘୁଣ୍ଟିବିଲ କୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଆଣ୍ଠୁଏ କାଦୁଅ । ଗାଁ ଭିତରକୁ ଯିବାକୁ ହେଲେ କାଦୁଅରେ ପଶି ଯିବାକୁ ପଡୁଛି ।

ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ପାରୁ ନାହାନ୍ତି କି ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଗାଁ ଭିତରୁ ଆସି ପାରୁ ନାହିଁ । ଏ ନେଇ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଜଣାଇଥିଲେ ବି ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଫଳରେ ରାସ୍ତାରେ ଧାନ ଗଛ ରୋଇ ପ୍ରତିବାଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.