ରିଲ୍ସ ପାଇଁ ଭଲ ଆଇଫୋନ ଦରକାର, ତେଣୁ ଟଙ୍କା ପାଇଁ ନିଜ ଛୁଆକୁ ବିକିଦେଲେ ବାପା ମାଆ, ଶେଷରେ ବନ୍ଧା ହୋଇଗଲେ ଜେଲ

ବାପା ମାଆ ସାମାନ୍ୟ ରିଲ୍ସ ପାଇଁ ନିଜ ୮ ମାସର ଛୁଆ କୁ ବି ବିକିଦେଲେ। ଆପଣ ଭାବୁଥିବେ ରିଲ୍ସ ସହ ଛୁଆ ବିକିବାର ସମ୍ପର୍କ କଣ.. ଆଜ୍ଞା କଥାଟା ହେଉଛି ଭଲ ରିଲ୍ସ ପାଇଁ ଭଲ କ୍ୟାମେରା ଖଣ୍ଡେ ଦରକାର। ଆଉ ଆଇଫୋନ ହେଉଛି ଏଥିପାଇଁ ବେଷ୍ଟ ଅପସନ। ତେଣୁ ଏତେ ଟଙ୍କା ଆସିବ କୁଆଡୁ… ଛୁଆ ଜନ୍ମ କରି ଶେଷରେ ବିକିଦେଲେ..ପଶ୍ଚିମବଙ୍ଗର ଏହି ଖବର ଏବେ ସମ୍‌ସ୍ତଙ୍କ ୁ ଆଶ୍ଚର୍ଯ୍ୟ କରିଦେଇଛି।

ପଶ୍ଚିମବଙ୍ଗରେ ଜଣେ କପଲ ରିଲ୍ସ ପାଇଁ ନିଜ ୮ ମାସର ଛୁଆ କୁ ବିକି ଦେଲେ । ଏଭଳି ଚାଞ୍ଚଲ୍ୟକର ଘଟଣା ଏବେ ସବୁଠି ଚର୍ଚ୍ଚା ଧରିଛି। ଏ କି ରିଲ୍ସ ମାନିଆ ଯୁଗ ଆରମ୍ଭ ହୋଇଛି ଯେ ଏହାକୁ ନେଇ ସମସ୍ତେ ପାଗଳ। ନା ନିଜ ଜୀବନ ପ୍ରତି କିଛି ଲୋଭ ଅଛି ନା ନିଜ ଛୁଆ ପ୍ରତି। ଏମିତି ଅନେକ ଖବର ଆମେ ଦେଖିଛୁ ଯେ ମାଆ ନିଜ ଛୁଆ କୁ ପଢ଼ାଇବା ପାଇଁ ଟଙ୍କା ଦରକାର ବୋଲି ବସ୍‌ ଆଗକୁ ବି ଡେଇଁ ପଡ଼ୁଛି। କିନ୍ତୁ ଏ କିଭଳି ବାପା ମାଆ ସାମାନ୍ୟ ରିଲ୍ସ ପାଇଁ ନିଜ ୮ ମାସର ଛୁଆ କୁ ବି ବିକିଦେଲେ। ଆପଣ ଭାବୁଥିବେ ରିଲ୍ସ ସହ ଛୁଆ ବିକିବାର ସମ୍ପର୍କ କଣ.. ଆଜ୍ଞା କଥାଟା ହେଉଛି ଭଲ ରିଲ୍ସ ପାଇଁ ଭଲ କ୍ୟାମେରା ଖଣ୍ଡେ ଦରକାର। ଆଉ ଆଇଫୋନ ହେଉଛି ଏଥିପାଇଁ ବେଷ୍ଟ ଅପସନ। ତେଣୁ ଏତେ ଟଙ୍କା ଆସିବ କୁଆଡୁ… ଛୁଆ ଜନ୍ମ କରି ଶେଷରେ ବିକିଦେଲେ..

ଏଭଳି ଘଟଣା ଶୁଣିବା ପରେ ଆପଣଙ୍କ ମନକୁ ରାଗ ଆସୁଥିବ ନିଶ୍ଚୟ। ଜଣେ ମାଆ ଏପରି କିପରି କରିପାରେ। କିନ୍ତୁ ନକରିବା ବି କିଛି ଅସମ୍ଭବ ନୁହେଁ। କାରଣ ଏ ତ କଳିଯୁଗ।

ପଶ୍ଚିମବଙ୍ଗର ଏହି ଖବର ଏବେ ସମ୍‌ସ୍ତଙ୍କ ୁ ଆଶ୍ଚର୍ଯ୍ୟ କରିଦେଇଛି। ଛୁଆ ବିକିବାର କାରଣ ସମସ୍ତଙ୍କ ମନକୁ ଦୋହଲାଇଦେଇଛି। ମହଙ୍ଗା ଆଇଫୋନ କିଣିବା ପାଇଁ ନିଜ ୮ମାସର ଛୁଆକୁ ବିକିଦେଲେ। ଏହି ଘଟଣା ଟି ପଶ୍ଚିମବଙ୍ଗର ଉତ୍ତର ଚବିଶ ପରଗଣା ଜିଲ୍ଲାରେ ଘଟିଛି…

ପୋଲିସ ଏହି ଖବର ଜାଣିବା ପରେ କେସ ଫାଇଲ କରି ଯାଞ୍ଚ କରିଛି। ଛୁଆର ମାଆକୁ ପୋଲିସ ପ୍ରଥମେ ଗିରଫ କରିଛି। ପରେ ବାପା ଜୟଦେବ କୁ ମଧ୍ୟ ଗିରଫ କଲା, ଯିଏ କି ପୂର୍ବରୁ ଜେଲକୁ ଫେରାର ହୋଇଯାଇଥିଲା।

ମୁଖ୍ୟ କଥା ହେଉଛି ଯେବେ ପଡୋଶୀ ମାନଙ୍କୁ ତାଙ୍କ ଛୁଆ କିଛି ଦିନ ହେବ ଦେଖିବାକୁ ମିଳିନଥିଲା। ପରେ ସେମାନେ ଜାଣିବାକୁ ଚେଷ୍ଟା କରିଥିଲେ। ଏହାପରେ ବାପା ମାଆଙ୍କ ବ୍ୟବହାରରେ କିଛି ଅଲଗା ଦେଖିବାକୁ ମିଳିଥିଲା। ସନ୍ଦେହ କରିି ପଚାରିବାରୁ ଦମ୍ପତ୍ତି ସ୍ୱିକାର କଲେଯେ ସେମାନେ ଟଙ୍କା ପାଇଁ ନିଜ ପୁଅକୁ ବିକିଦେଲେ।

ଘଟଣା ବିଷୟରେ ପୋଲିସ ଜାଣିବା ପରେ ଛୁଆକୁ ଖାରଦହ ଇଲାକାରୁ ଜଣେ ମହିଳାଙ୍କଠାରୁ ଉଦ୍ଧାର କରିଥିଲେ ।ଶେଷରେ ଜଣାପଡ଼ିଲା ଯେ ରିଲ୍ସ ପାଇଁ ଆଇଫୋନ କିଣିବା କୁ ପାଖରେ ଟଙ୍କା ନଥିଲା। ତେଣୁ ସେମାନେ ଏହି ମହିଳାକୁ ଛୁଆକୁ ବିକି ଟଙ୍କା ନେଇ ଆଇଫୋନ କିଣିଥିଲେ। ପଡୋଶୀଙ୍କ କହିବା ଅନୁସାରେ ତାଙ୍କର ୭ ବର୍ଷର ଗୋଟିଏ ଝିଅ ବି ଅଛି। ଏହାଛଡ଼ା ସେମାନେ ନିଶାଦ୍ରବ୍ୟ ସେବନ କରୁଥିବାର ଅଭିଯୋଗ ଆସିଛି।

ଖବର ଅନୁସାରେ ସେମାନେ ନିଜ ଝିଅକୁ ବି ବିକି ବାକୁ ଚାହୁଁଥିଲେ। ଯେଉଁଦିନ ସେ ନିଜ ପୁଅକୁ ବିକିଲେ ସେହିଦିନ ରାତିରେ ସେ ନିଜ ଝିଅକୁ ବି ବିକିବାର ପ୍ଲାନ କରଇଥିଲେ। କିନ୍ତୁ ପଡୋଶୀ ସନ୍ଦେହ କରି ପୋଲିସକୁ ଡାକିଲେ। ପରେ ମାଆ ବାପା ଦୁହିଁଙ୍କୁ ଗିରଫ କରାଗଲା।

ଆପଣ ଏହି ଖବର ଶୁଣି ନିହାତି ଭାବେ ଏମାନଙ୍କ ଉପରେ ରାଗୁଥିବେ। କେବଳ ମାତ୍ର ରିଲ୍ସ ପାଇଁ କେଉଁ ବାପା ମାଆ ନିଜ ଛୁଆ କୁ ବି ବିକି ଦେଇପାରେ। କିନ୍ତୁ ଏହା କରିବା କେତେ ଦୂର ଠିକ। ଆପଣ ମାନେ ରିଲ୍ସ କରନ୍ତୁ ସତ କିନ୍ତୁ ନିଜ ପରିବାରକୁ ଏଥିରେ ବାଜି ଲଗାନ୍ତୁ ନାହିଁ। ନିଜ ଇଚ୍ଛା ପାଇଁ ଏଭଳି ଭୁଲ ଆଦୌ କରନ୍ତୁ ନାହିଁ। ଯାହା ନିଜ କର୍ମ ଓ ଧର୍ମ ଉଭୟକୁ ନିନ୍ଦା କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.