Below header

କର୍ଣ୍ଣାଟକରେ ଗୋ ମାଂସ ବିକ୍ରିକୁ ନେଇ ଭଙ୍ଗାରୁଜା ଘଟଣା , ବଜରଙ୍ଗୀ ଦଳର ୫ଜଣ କର୍ମକର୍ତ୍ତା ଗିରଫ

କର୍ଣ୍ଣାଟକରେ ଗୋ ମାଂସ ବିକ୍ରିକୁ ନେଇ ଭଙ୍ଗାରୁଜା ହେବାର ଘଟଣା ସାମ୍ନାକୁ ଆସିଛି। ପୁଲିସ ଏହି ଘଟଣାରେ ବଜରଙ୍ଗୀ ଦଳର ୫ଜଣ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଫଳ ଦୋକାନ ଚଳାଉଥିବା ଦୁଇ ମହିଳାଙ୍କ ଉପରେ ବଜରଙ୍ଗୀ ଦଳ ଗୋ ମାଂସ ପକାଇବା ଏବଂ ବିକିବାର ଅଭିଯୋଗ କରି ଭଙ୍ଗାରୁଜା କରିଛନ୍ତି। ରାଜଧାନୀ ବେଙ୍ଗାଲୁର ରୁ ପାଖାପାଖି ୨୨୦କି.ମି ଦୂର ହାସନ ଜିଲ୍ଲା ସକଲେସପୁରରେ ଏହି ଘଟଣା ଘଟିଛି। ଏଠାରେ ପ୍ରତ୍ୟେକ ବର୍ଷ ମେଳା ଲାଗିଥାଏ, ଯେଉଁଠାରେ କାମରତୃଷା (୭୦) ତାଙ୍କ ବୋହୂ ସମିମି ଙ୍କ ସହ ବହୁ ବର୍ଷ ଧରି ଫଳ ଦୋକାନ ଲଗାଇ ଆସୁଛନ୍ତି। ସୂଚନା ମୁତାବକ କର୍ଣ୍ଣାଟକରେ ଗାଈ ଏବଂ ବାଛୁରୀ କାଟିବାରେ ରୋକ୍ ଲଗାଯାଇଛି, କିନ୍ତୁ ଷଣ୍ଡ ଏବଂ ମଇଁଷି ମାନଙ୍କୁ ବାହାରେ ରଖାଯାଇଥିଲା। କାରଣ ଏଠାରେ ବିଫ୍ ଖାଦ୍ୟ ଏବଂ ବିକିବାର ରୋପ ଲଗାଯାଇନଥିଲା।।

ଝୁପୁଡ଼ିରେ ଲଗାଇଲେ ନିଆଁ :

ଏକ ଖବରକାଗଜ ଅନୁସାରେ, ଭଙ୍ଗାରୁଜା ଘଟଣା ୩୧ ଜାନୁଆରୀ ରେ ହୋଇଥିଲା। କାମରତୃଷା ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଫଳ ଦୋକାନ ଲଗାଇଥିଲେ। ତେବେ ବଜରଙ୍ଗୀ ଦଳ ସେଠାରେ ପହଞ୍ଚି ତାଙ୍କ ଉପରେ ଗୋ ମାଂସ ବିକିବାର ଆରୋପ ଲଗାଇ ଭଙ୍ଗାରୁଜା କରିଥିଲେ। ସେ ପକାଇଥିବା ଫଳ ଏବଂ ବାସନକୁ ଫୋପାଡ଼ି ଦେଇଥିଲେ ଏହା ସହିତ ଗ୍ୟାସ ସିଲିଣ୍ଡର କୁ ଫୋପାଡ଼ିବା ସହ ଝୁପୁଡ଼ିରେ ନିଆଁ ଲଗାଇଦେଇଥିଲେ। ଭଙ୍ଗାରୁଜା କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ନାବାଳକ ରହିଥିବାର କୁହାଯାଇଛି। ତେବେ ଏଭଳି ଦ୍ବିତୀୟ ଥର କଲେ ସେ ଦୁଇ ମହିଳାଙ୍କୁ ଜିଅନ୍ତା ଜାଳି ଦେବେ ବୋଲି ଧମକ୍ ମଧ୍ୟ ଦେଇଥିଲେ। ମହିଳାଙ୍କ କହିବା ମୁତାବକ ସେହି ମେଳାରେ ଚିକେନ୍ ଏବଂ ମଟନ୍ ବିକ୍ରି କରାଯାଏ, ବିଫ୍ ନୁହେଁ। ଏହି ମାମଲା ରୁଜୁ କରାଯିବାପରେ ପୋଲିସ କହିଛି କି ସେମାନେ ଏହି ଗଣ୍ଡଗୋଳ ସମ୍ପର୍କରେ ଅବଗତ ଅଛନ୍ତି, ଏହା ବ୍ୟତୀତ ଏହି ଘଟଣାରେ ମିଥ୍ୟା ଅଭିଯୋଗ ଲଗାଇ ଭଙ୍ଗାରୁଜା କରାଯାଇଛି।

Arrest1ମୁକ ରହିଥିଲେ ଦର୍ଶକ :

ପୋଲିସ ଏହି ମାମଲା ରେ ବଜରଙ୍ଗୀ ଦଳର ୫ଜଣ ସଦସ୍ୟଙ୍କୁ ଗିରଫ କରିଛି। ଏହି ମାନଙ୍କ ମଧ୍ୟରେ କାର୍ତ୍ତିକ,ଦୀପୁ,ପ୍ରତାପ ଏବଂ ରଘୁ କୁ ଗିରଫ କରାଯାଇଛି। ତାଙ୍କ ଉପରେ ଆକ୍ରମଣ ହେବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ତାଙ୍କୁ ବଞ୍ଚାଇ ନଥିବା କଥା କାମରତୃଷା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.