Below header

ସିଲଣ୍ଡର ଫାଟି ଭୁଶୁଡ଼ି ପଡ଼ିଲା ୫ ଘର, ଅଳ୍ପକେ ବର୍ତ୍ତିଲେ ୧୧ ଲୋକ

ଏହି ଘଟଣା ଆଜି ସକାଳ ୮ ଟାରେ ମୁମ୍ବାଇର ଚେମ୍ବୁର କ୍ୟାମ୍ପ ଅଞ୍ଚଳରେ ଘଟିଛି । ବିଏମସି ଦ୍ୱାରା ଏହି ସୂଚନା ଦିଆଯାଇଛି। ତେବେ ଗ୍ୟାସ ଫାଟିବା ଫଳରେ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି ।

ମୁମ୍ବାଇରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଚେମ୍ବୁର କ୍ୟାମ୍ପ ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ୪ରୁ ୫ ଘର ଭୁଶୁଡି ପଡି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଥିବା ଜଣା ପଡ଼ିଛି । ତେବେ ଘର ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ଭଙ୍ଗା ଘର ତଳେ ଫସି ରହି ଯାଇଥିଲେ । ଏଭଳି ଘଟଣା ପରେ ତୁରନ୍ତ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା । ଘଟଣାର ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା । ପରେ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଧ୍ୱଂସାବଶେଷ ଭିତରୁ ବାହାରକୁ ଅଣାଯାଇଛି । ବାହାରକୁ ଅଣା ଯାଇଥିବା ଲୋକଙ୍କ ମଧ୍ୟରୁ ୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଥାଉ କି ଏହି ଘଟଣା ଆଜି ସକାଳ ୮ ଟାରେ ମୁମ୍ବାଇର ଚେମ୍ବୁର କ୍ୟାମ୍ପ ଅଞ୍ଚଳରେ ଘଟିଛି । ବିଏମସି ଦ୍ୱାରା ଏହି ସୂଚନା ଦିଆଯାଇଛି। ତେବେ ଗ୍ୟାସ ଫାଟିବା ଫଳରେ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ଗ୍ୟାସ ଫାଟିଲେ ଏଭଳି ଦୁର୍ଘଟଣା ହେଉଥିବା ବେଳେ ଏଥିପ୍ରତି ସତର୍କ ରହିବା ଆବଶ୍ୟକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.