ବାଲିଯାତ୍ରାରେ ମନ କିଣିଛି ଓଡ଼ିଆ କୋଟେସନ ଲେଖା ଥିବା ଟି-ସାର୍ଟ ଷ୍ଟଲ

ଏହି କଟକ ଐତିହାସିକ ବାଲିଯାତ୍ରାରେ ପ୍ରତି ବୟସ, ବର୍ଗର ଗ୍ରାହକଙ୍କ ପାଇଁ ସେମାନଙ୍କ ସ୍ୱାଦ ଓ ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ଉପଲବ୍ଧ ହେଉଛି। ସେହିଭଳି ଏକ ଷ୍ଟଲ ହେଉଛି ଓଡ଼ିଆ କୋଟେସନ ଲେଖା ଥିବା ଏକ ଟି-ସାର୍ଟ ର ଷ୍ଟଲ। ଭିନ୍ନ ଭିନ୍ନ ଓଡ଼ିଆ କୋଟେସନ ଲେଖା ଥିବା ଏହି ଟି-ସାର୍ଟ ଗୁଡିକ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଏବେ ଆଗ୍ରହ ଦେଖିବାକୁ ମିଳୁଛି।

କଟକ(କେନ୍ୟୁଜ): ଜମୁଛି କଟକର ଐତିହାସିକ ବାଲିଯାତ୍ରା । ସନ୍ଧ୍ୟା ହେଲେ ବଢୁଛି ଭିଡ଼। ବୁଲାବୁଲି ସାଙ୍ଗକୁ ଖିଆପିଆ ଓ କିଣାବିକାର ଆସର ଜମୁଛି। ତା ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳିର ମଜା ନେଉଛନ୍ତି ଦର୍ଶକ। ଚଳିତବର୍ଷ ବାଲିଯାତ୍ରାରେ ଖୋଲାଯାଇଛି ୧୨ଶହରୁ ଊର୍ଦ୍ଧ୍ବ ଷ୍ଟଲ । ଓରମାସ ପକ୍ଷରୁ ୪୨୦ରୁ ଅଧିକ ଷ୍ଟଲ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ମିଶନ ଶକ୍ତି ସଦସ୍ୟମାନଙ୍କ ପାଇଁ ଖୋଲାଯାଇଛି । କଟକ ଇନ କଟକ ପାଭେଲିୟନ ପରିସରରରେ ଗ୍ରାମୀଣ କଟକର ଝଲକ ଦେଖିବାକୁ ମିଳିଛି । ଏଥର ବାଲିଯାତ୍ରାରେ ଦର୍ଶକଙ୍କ ପାଇଁ ନୂଆ ଆକର୍ଷଣ ହୋଇଛି ଅଣ୍ଡର ୱାଟର ଫିସ ଟନେଲ୍ । ୨୭ରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏପଟେ ଏହି କଟକ ଐତିହାସିକ ବାଲିଯାତ୍ରାରେ ପ୍ରତି ବୟସ, ବର୍ଗର ଗ୍ରାହକଙ୍କ ପାଇଁ ସେମାନଙ୍କ ସ୍ୱାଦ ଓ ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ଉପଲବ୍ଧ ହେଉଛି। ସେହିଭଳି ଏକ ଷ୍ଟଲ ହେଉଛି ଓଡ଼ିଆ କୋଟେସନ ଲେଖା ଥିବା ଏକ ଟି-ସାର୍ଟ ର ଷ୍ଟଲ। ଭିନ୍ନ ଭିନ୍ନ ଓଡ଼ିଆ କୋଟେସନ ଲେଖା ଥିବା ଏହି ଟି-ସାର୍ଟ ଗୁଡିକ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଏବେ ଆଗ୍ରହ ଦେଖିବାକୁ ମିଳୁଛି।

ବିଶେଷ କରି ନିଜ ଭାଷା ଓ ପସନ୍ଦର କୋଟେସନ ଲେଖା ଥିବା ଏହି ଟି ସାର୍ଟ ପାଇଁ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି। କିଛି ଯୁବ ଉଦ୍ୟୋଗୀ ମିଳିତ ପ୍ରୟାସରେ ବାଲିଯାତ୍ରାର ଏହି ଟି ସାର୍ଟ ଷ୍ଟଲରେ ଟି ସାର୍ଟ କିଣିବା ପାଇଁ କି ପୁଅ କି ଝିଅ ସମସ୍ତଙ୍କ ଭିଡ଼ ଜମୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.