Below header

ପଞ୍ଜାବରେ ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କା, ୫ ଯୁବକଙ୍କ ମୃତ୍ୟୁ

ପଞ୍ଜାବ ମୋଗାରେ ଭୋର ୩ଟାରେ ଦୁର୍ଘଟଣା ଘଟିଥିଲା । କାର ଓ ଟ୍ରକ ପରସ୍ପର ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ମୃତଦେହକୁ ମୋଗାର ସିଭିଲ ହସପିଟାଲରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପଞ୍ଜାବର ମୋଗା ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । କାର୍‌ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୫ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଖବର ମୁତାବକ, ମୋଗା କଡାହେଓ୍ଵାଲା ଗାଁ ନିକଟରେ ଭୋର ୩ଟାରେ ଦୁର୍ଘଟଣା ଘଟିଥିଲା । କାର ଓ ଟ୍ରକ ପରସ୍ପର ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ମୃତଦେହକୁ ମୋଗାର ସିଭିଲ ହସପିଟାଲରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାଯୋଗ୍ୟ, ରାଜସ୍ଥାନର ଏକ ଯାତ୍ରୀବାହୀ ବସ୍‌ ରେଲିଂ ଭାଙ୍ଗି ତଳକୁ ଖସିପଡିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି । ବସ୍‌ଟି ପୋଲ ତଳକୁ ରେଳ ବ୍ରିଜକୁ ଖସିପଡିବାରୁ ରେଳ ଯାତାୟତ ବାଧାପ୍ରାପ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.