Below header

ପଡିଆ ନିକଟରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବର୍ଷେ ପୂର୍ବରୁ ନପଙ୍ଗ ଗାଁ ର ସିପୁନ ଦାସଙ୍କୁ ବିବାହ କରିଥିଲେ । ସିପୁନ ଦାସ ପୂର୍ବରୁ ଜଣ ଙ୍କୁ ବିବାହ କରିଥିଲା ବେଳେ ତପସ୍ୱିନୀ ଙ୍କୁ ଭଲ ପାଇ ବାହା ହୋଇଥିଲେ । ସେ ତପସ୍ୱିନୀଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମୃତା ତପସ୍ୱିନୀଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ।

ଭଦ୍ରକ(କେନ୍ୟୁଜ୍): ସନ୍ଦେହଜନକ ଅବସ୍ଥାରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ମହିଳା ଜଣକ ଗର୍ଭବତୀ ଥିଲେ ଓ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ନପଙ୍ଗ ଚଣ୍ଡୀ ମା ପଡିଆ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ମଣିନାଥପୁର ଗାଁର ତପସ୍ୱିନୀ ଦାସ । ସେ ବର୍ଷେ ପୂର୍ବରୁ ନପଙ୍ଗ ଗାଁ ର ସିପୁନ ଦାସଙ୍କୁ ବିବାହ କରିଥିଲେ । ସିପୁନ ଦାସ ପୂର୍ବରୁ ଜଣ ଙ୍କୁ ବିବାହ କରିଥିଲା ବେଳେ ତପସ୍ୱିନୀ ଙ୍କୁ ଭଲ ପାଇ ବାହା ହୋଇଥିଲେ । ସେ ତପସ୍ୱିନୀଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମୃତା ତପସ୍ୱିନୀଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ।

ତପସ୍ବିନୀ ଗର୍ଭବତୀ ଥିବା ପରିବାର ଲୋକ କହିଛନ୍ତି । ଆଜି ସକାଳୁ ଚଣ୍ଡୀମା ପଡିଆ ନିକଟରେ ସନ୍ଦେହ ଜନକ ଭାବେ ତପସ୍ୱିନୀଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ତପସ୍ୱିନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.