ଆଜି ବି ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଭିଡ଼: ସରୁନି ଗୋଲାପୀ ନୋଟ୍, କମୁନି ଗହଳି

କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ଲୋକ ଆସି ଆରବିଆଇ ଅଫିସ ଆଗରେ ଲାଇନ ଲଗାଇଛନ୍ତି। କିଛି ଲୋକ କମିଶନ ନେଇ ଅନ୍ୟର ୨ ହଜାର ଟଙ୍କା ବଦଳାଉଥିବା ଅଭିଯୋଗ ହୋଇଛି । ୨୦ ହଜାର ଟଙ୍କା ବଦଳାଇବା ପାଇଁ ୨୫୦ରୁ ୩ଶହ ଟଙ୍କା କମିଶନ ନେଉଛନ୍ତି ।

ଭୁବନେଶ୍ବର(କେନ୍ୟୁଜ୍): ସରୁନି ଗୋଲାପୀ ନୋଟ୍। କମୁନି ଭିଡ଼ । ୨ହଜାର ଟଙ୍କିଆ ନୋଟ ଜମା ଓ ବଦଳ ପାଇଁ ଆଜି ବି ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଭିଡ଼ । ସକାଳୁ ସକାଳୁ ଲମ୍ବା ଲାଇନ ଲାଗିଛି । ଧାଡ଼ିରେ ଅଛନ୍ତି ଯୁବକ, ମହିଳା ଓ ବୟସ୍କ । କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ଲୋକ ଆସି ଆରବିଆଇ ଅଫିସ ଆଗରେ ଲାଇନ ଲଗାଇଛନ୍ତି। କିଛି ଲୋକ କମିଶନ ନେଇ ଅନ୍ୟର ୨ ହଜାର ଟଙ୍କା ବଦଳାଉଥିବା ଅଭିଯୋଗ ହୋଇଛି । ୨୦ ହଜାର ଟଙ୍କା ବଦଳାଇବା ପାଇଁ ୨୫୦ରୁ ୩ଶହ ଟଙ୍କା କମିଶନ ନେଉଛନ୍ତି । ଏହା ଉପରେ ନଜର ରଖିଛନ୍ତି EOW ଓ ଇଡି ।

ଆରବିଆଇ ଅଫିସରୁ ଟଙ୍କା ବଦଳାଉଥିବା ଲୋକଙ୍କ ତଥ୍ୟ ଇଡି ନେଇଥିବା ସୂଚନା ମିଳିଛି । ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ୪ ମାସ ମହଲତ ଦିଆଯାଇଥିବା ବେଳେ ଲୋକମାନେ ସେତେବେଳେ କାହିଁକି ଟଙ୍କା ବଦଳାଇନଥିଲେ ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି । ବର୍ତ୍ତମାନ କେବଳ ରିଜର୍ଭ ବ୍ୟାଙ୍କରେ ହିଁ ଲୋକମାନେ ବୈଧ ପରିଚୟପତ୍ର ଦେଇ ଏକାଥରକେ ୧୦ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରୁଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକେ ଭୁବନେଶ୍ୱର ଆରବିଆଇ ଅଫିସକୁ ଛୁଟି ଆସୁଛନ୍ତି । ଏପଟେ ଆକାଟାଉଣ୍ଟରେ ଟଙ୍କା ଡିପୋଜଟ୍ ପାଇଁ ସ୍ବତନ୍ତ୍ର ଲାଇନର ବ୍ୟବସ୍ଥ୍ୟା କରାଯାଇଛି। ଫଳରେ ଜଣାପଡ଼ିବ କିଏ କେତେ ଟଙ୍କା ଡିପୋଜିଟ୍ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.