ବିରାଟ କୋହଲିଙ୍କ ଡ୍ୟାନ୍ସ ମଚାଇଲା ଧୁମ୍‌, ମ୍ୟାଚ ସମୟରେ ଅନୁଷ୍କା ଏବଂ ଶାହରୁଖଙ୍କ ଗୀତରେ ନାଚି ଫ୍ୟାନ୍ସଙ୍କ ମନ ଜିଣିଲେ

୪୯ତମ ଶତକ ମାରିବା ସହିତ ବିରାଟ ପଡିଆରେ ଫ୍ୟାନ୍ସଙ୍କ ମନ ଜିଣି ନେଇଛନ୍ତି । ସାଉଥ ଆଫ୍ରିକା ମ୍ୟାଚ ସମୟରେ ବିରାଟ ପତ୍ନୀ ଅନୁଷ୍କା ଶର୍ମାଙ୍କ ଗୀତ ‘ଆୱେଁ ଆୱେଁ ଲୁଟ ଗୈୟା’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ବିରାଟ ଅନୁଷ୍କାଙ୍କ ଗୀତର ଷ୍ଟେପ୍‌ କରୁଥିବାର ନଜର ଆସିଛନ୍ତି ।

ବିରାଟ କୋହଲି ୩୫ ତମ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଶତକ ମାରି ଉପହାର ଦେଇଛନ୍ତି । ସାଉଥ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ଶତକ ମାରି ନିଜକୁ ଏବଂ ଫ୍ୟାନ୍ସଙ୍କୁ ଜନ୍ମଦିନ ଉପହାର ଦେଇଛନ୍ତି । ବିରାଟଙ୍କ ଶତକରେ ଖୁସି ହୋଇ ଅନୁଷ୍କା ଶର୍ମା ପୋଷ୍ଟ ସେୟାର କରି ଖୁସି ଜାହିର କରିଛନ୍ତି । ବିରାଟ ଏହି ମ୍ୟାଚରେ ଏମିତି କିଛି କରିଛନ୍ତି, ଯାହା ଭାଇରଲ ହେବାରେ ଲାଗିଛି । ୪୯ତମ ଶତକ ମାରିବା ସହିତ ବିରାଟ ପଡିଆରେ ଫ୍ୟାନ୍ସଙ୍କ ମନ ଜିଣି ନେଇଛନ୍ତି ।

ସାଉଥ ଆଫ୍ରିକା ମ୍ୟାଚ ସମୟରେ ବିରାଟ ପତ୍ନୀ ଅନୁଷ୍କା ଶର୍ମାଙ୍କ ଗୀତ ‘ଆୱେଁ ଆୱେଁ ଲୁଟ ଗୈୟା’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ବିରାଟ ଅନୁଷ୍କାଙ୍କ ଗୀତର ଷ୍ଟେପ୍‌ କରୁଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି ।

 

View this post on Instagram

 

A post shared by ICC (@icc)

କେବଳ ଏତିକି ନୁହେଁ, ବିରାଟ କୋହଲି ଶାହରୁଖ ଖାନଙ୍କ ସହିତ ସିଗ୍ନଚେର ଷ୍ଟେପ୍‌ ମଧ୍ୟ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ବିରାଟ ଶାହରୁଖଙ୍କ ଛେଲେୟା ଗୀତ ଗାଉଥିବାର ଦେଖିବାକୁ ମିଳିଛି । ଏହାପରେ କୋହଲି ଶାହରୁଖଙ୍କ ଷ୍ଟେପ୍‌ ମଧ୍ୟ କରୁଛନ୍ତି ।

 

View this post on Instagram

 

A post shared by Kolkata Knight Riders (@kkriders)

ଦକ୍ଷିଣ ଆଫ୍ରିକାକୁ କୋଲକାତାର ଇଡେନ୍‌ ଗାର୍ଡନସରେ ୨୪୩ ରନ୍‌ରେ ହରାଇ ଚଳିତ ବିଶ୍ୱକପ୍‌ରେ କ୍ରମାଗତ ଅଷ୍ଟମ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ୨୭.୧ ଓଭର ଖେଳି ମାତ୍ର ୮୩ ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା  । ମୋଟ ୯ଟି ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ୮ଟି ଜିତି ୧୬ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି ରୋହିତ ବାହିନୀ ।

ଲିଗ୍‌ ପର୍ଯ୍ୟାୟରେ ଭାରତର ନବମ ତଥା ଅନ୍ତିମ ମ୍ୟାଚ୍‌ ଆସନ୍ତା ୧୨ ତାରିଖ ଦୀପାବଳି ଦିନ ନେଦରଲାଣ୍ଡସ ସହିତ ରହିଛି । ତେବେ ପ୍ରଥମ ଦଳ ଭାବେ ଭାରତ ସେମିଫାଇନାଲରେ ପ୍ରବେଶ କରି ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.