ସୁଦାନରେ ସାମରିକ ସଂଘର୍ଷ, ୫୬ ମୃତ, ୬୦୦ରୁ ଅଧିକ ଆହତ

ସୁଦାନରେ ସାମରିକ ସଂଘର୍ଷ। ଫୁଟୁଛି ଗୁଳି, ବର୍ଷୁଛି ବୋମା, ତୁହାକୁ ତୁହା ରକେଟ ମାଡ଼। ସୁଦାନ ଆର୍ମୀ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ କ୍ଷମତା ଲଢ଼େଇ। ଦୀର୍ଘ ଦିନର ଉତ୍ତେଜନା ଗତକାଲି ସଂଘର୍ଷର ରୂପ ନେଇଥିଲା। ଆଜି ରବିବାର ସକାଳ ପ୍ରାର୍ଥନା ପରେ ସଂଘର୍ଷ ଆହୁରି ଭୟଙ୍କର ହୋଇଛି। ରାସ୍ତାରେ ଗର୍ଜୁଛି ବନ୍ଧୁକ। ସହର ଉପରେ ଚକ୍କର କାଟୁଛି ଫାଇଟର ଜେଟ୍‌ । ରାଜଧାନୀ ଖାର୍ତୁମରେ ଜଳୁଛି ନିଆଁ ।

ନୂଆଦିଲ୍ଲୀ : ସୁଦାନରେ ସାମରିକ ସଂଘର୍ଷ। ଫୁଟୁଛି ଗୁଳି, ବର୍ଷୁଛି ବୋମା, ତୁହାକୁ ତୁହା ରକେଟ ମାଡ଼। ସୁଦାନ ଆର୍ମୀ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ କ୍ଷମତା ଲଢ଼େଇ। ଦୀର୍ଘ ଦିନର ଉତ୍ତେଜନା ଗତକାଲି ସଂଘର୍ଷର ରୂପ ନେଇଥିଲା। ଆଜି ରବିବାର ସକାଳ ପ୍ରାର୍ଥନା ପରେ ସଂଘର୍ଷ ଆହୁରି ଭୟଙ୍କର ହୋଇଛି। ରାସ୍ତାରେ ଗର୍ଜୁଛି ବନ୍ଧୁକ। ସହର ଉପରେ ଚକ୍କର କାଟୁଛି ଫାଇଟର ଜେଟ୍‌ । ରାଜଧାନୀ ଖାର୍ତୁମରେ ଜଳୁଛି ନିଆଁ ।

ରାଷ୍ଟ୍ରପତି ଭବନ ଓ ଆର୍ମୀ ହେଡକ୍ୱାର୍ଟରରେ ମଧ୍ୟ ଭୟଙ୍କର ଲଢ଼େଇ। ରାଜଧାନୀରୁ ଶହଶହ ମାଇଲ ଦୂରରେ ବି ଚାଲିଛି ଯୁଦ୍ଧ। ଉଭୟ ଉଭୟଙ୍କ ବେସ୍‌ ଉପରେ ଆକ୍ରମଣ କରୁଛନ୍ତି। ୫୦ ରୁ ଅଧିକ ଲୋକଙ୍କ ମୃତୁ ହୋଇସାରିଲାଣି। ୬୦୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ଭିତରେ ଅଛନ୍ତି ଜଣେ ଭାରତୀୟ। ବାହାରେ ଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା। ନିଜନିଜର ନାଗରିକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସବୁ ଦେଶ। ଭାରତୀୟ ଦୂତାବାସ ପକ୍ଷରୁ ଗତକାଲି ଠାରୁ ସମାନ ପରାମର୍ଶ ଦିଆଯାଇଛି।

ରାଜଧାନୀ ଖାର୍ତୁମର ଅଧିକାଂଶ ସରକାରୀ ଅନୁଷ୍ଠାନ ନିଜ ଦଖଲକୁ ନେଇଥିବା ଦାବି କରିଛନ୍ତି ସୁଦାନ ପାରାମିଲିଟାରୀ ମୁଖ୍ୟ ମହମ୍ମଦ ହମଦନ ଡାଗାଲୋ। ରାପିଡ ସପୋର୍ଟ ଫୋର୍ସ ବା ଆରଏସଏଫ ୯୦ ପ୍ରତିଶତରୁ ଅଧିକ ଷ୍ଟ୍ରାଟେଜିକ ସାଇଟ ଦଖଲ କରିଥିବା ଡାଗାଲୋ କହିଛନ୍ତି। ଅନ୍ୟପଟେ ସରକାରୀ ପ୍ରତିଷ୍ଠାନ ଗୁଡ଼ିକ ସେନା ନିୟନ୍ତ୍ରଣରେ ଥିବା ଦାବି କରିଛନ୍ତି ସୁଦାନ ଆର୍ମୀ ମୁଖ୍ୟ ଜେନେରାଲ ଆବଦେଲ ଫତାହ ଅଲ-ବୁରହାନ। ଏୟାରପୋର୍ଟରେ ଯାତ୍ରୀମାନେ ମୃତୁ ଭୟରେ କିଭଳି ଶିହରିତ ହେଉଛନ୍ତି ଦୃଶ୍ୟ ସାମ୍ନାକୁ ଆସିଛି। ସାମରିକ ଲଢ଼େଇ ଯୋଗୁଁ ଆତଙ୍କିତ ଅବସ୍ଥାରେ ରହିଛି ପୂରା ଦେଶ ।

ତେବେ ସୁଦାନରେ କାହିଁକି ସାମରିକ ସଂଘର୍ଷ ? ବହୁ ଦିନ ଧରି ସୁଦାନ ଆର୍ମୀ ସହ ମିଶିଯିବାକୁ ଦାବି କରି ଆସୁଛି ପାରାମିଲିଟାରୀ ଗ୍ରୁପ- ଆରଏସଏଫ। ଆର୍ମୀ ଏହାକୁ ପ୍ରତ୍ୟାଖ୍ୟାନ କରୁଛି। ଆରଏସଏଫକୁ ଦେଶ ବିରୋଧୀ କହି ଏହି ଗ୍ରୁପକୁ ଭାଙ୍ଗି ଦେବାକୁ ଦାବି କରୁଛି ସୁଦାନ ଆର୍ମୀ। ଡାଗାଲୋଙ୍କ ସହ କୌଣସ ଆଲୋଚନା ହେବ ନାହିଁ ବୋଲି ଆର୍ମୀ କହିଛି। ଡାଗାଲୋଙ୍କୁ ପଳାତକ ଅପରାଧୀ ଘୋଷଣା କରି ତାଙ୍କ ପୋଷ୍ଟର ମାରିଥିଲା ସୁଦାନ ଆର୍ମୀ।

ମୁଖ୍ୟ ପ୍ରସଙ୍ଗ ହେଉଛି ଆର୍ମୀ ଓ ଆରଏସଏଫ କମାଣ୍ଡରଙ୍କ କ୍ଷମତା ଲଢ଼େଇ । ଯଦି ଆର୍ମୀ ସହ ଆରଏସଏଫ ସାମିଲ ହୁଏ ତାହାଲେ କିଏ ତାର ନେତୃତ୍ୱ ନେବ । ଏହା ଭିତରେ ସୁଦାନ ଏୟାରଫୋର୍ସ କହିଛି ବିଦ୍ରୋହୀ ମିଲିସିଆଙ୍କୁ ପୋଛି ଦିଆଯିବ। ଲୋକଙ୍କୁ ଘର ଭିତରୁ ନବାହାରିବାକୁ ପରାମର୍ଶ ଦେଇଛି ଏୟାରଫୋର୍ସ। ଅନ୍ୟପଟେ ଲଢ଼େଇ ବନ୍ଦ କରିବାକୁ ଆର୍ମୀ ଓ ଆରଏସଏଫକୁ ନିବେଦନ କରିଛନ୍ତି ଅନ୍ତର୍ଜାତୀୟ ସୁମଦାୟ।

Leave A Reply

Your email address will not be published.