ମୋଦି ମନ୍ତ୍ରୀମଣ୍ଡଳରେ ୬ ନାରୀମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିଛି କେଉଁ ବିଭାଗ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ମନ୍ତ୍ରୀମଣ୍ଡଳରେ ମହିଳା ମନ୍ତ୍ରୀଙ୍କୁ ବହୁ ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀମଣ୍ଡଳରେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଅର୍ଥ ବିଭାଗ ନିର୍ମଳା ସୀତାରମଣଙ୍କୁ ଦିଆଯାଇଛି। ସେହିପରି ଅମେଥିରୁ ସାଂସଦ ହୋଇଥିବା ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ କଲ୍ୟାଣ, ବୟନଶିଳ୍ପ ବିଭାଗର ଦାୟିତ୍ୱ ଦିଆଯାଇଛି। ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୬ଜଣ ମହିଳାଙ୍କୁ ମନ୍ତ୍ରୀପଦ ମିଳିଛି। ଏମାନଙ୍କ ମଧ୍ୟରୁ ୩ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି। ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ପାଇଛନ୍ତି ୬ ଜଣ ମହିଳା। ଜାଣନ୍ତୁ ସେମାନଙ୍କର ନାମ ଏବଂ ପଦ।

-ନିର୍ମଳା ସୀତାରମଣ – ଅର୍ଥମନ୍ତ୍ରୀ

-ସ୍ମୃତି ଇରାନୀ – ମହିଳା ଓ ଶିଶୁ ବିକାଶ, ବୟନଶିଳ୍ପ

-ହରସିମରତ କୌର – ଖାଦ୍ୟ ପ୍ରସ୍ତୁତିକରଣ ମନ୍ତ୍ରୀ

-ସ୍ୱାଧୀ ନିରଞ୍ଜନ ଜ୍ୟୋତି

-ରେଣୁକା ସିଂହ

-ଦେବାଶ୍ରୀ ଚୌଧୁରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.