Below header

କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ: ନିଖୋଜ ୭ କର୍ମଚାରୀଙ୍କ ମଧ୍ୟରୁ ୬ କଙ୍କାଳ ଠାବ୍‌, କମ୍ପାନୀ ଲୁଚାଇଥିଲା ତଥ୍ୟ

ଗୁଜରାଟ ସୁରଟରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ୨୫ କର୍ମଚାରୀ ଆହତ ହୋଇଥିବା ବେଳେ ୭ କର୍ମଚାରୀ ନିଖୋଜ ରହିଥିଲେ । କମ୍ପାନୀ ପ୍ରଶାସନ କର୍ମଚାରୀ ନିଖୋଜ ଥିବା ତଥ୍ୟ ଲୁଚାଇଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ କଙ୍କାଳ ଆଜି ସକାଳେ ଉଦ୍ଧାର କରାଯାଇଛି ।

ଗୁଜରାଟ ସୁରଟରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଥିବା ଟ୍ୟାଙ୍କ ବିସ୍ଫୋରଣ ପରେ ଭୀଷଣ ନିଆଁ ଲାଗିଥିଲା । ଏଥିରେ ନିଖୋଜ ଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କ କଙ୍କାଳ ମିଳିଥିବା ଆଉ ଜଣଙ୍କ ପତ୍ତା ମିଳିନି । ଘଟଣାରେ ୨୫ ଆହତ ଶ୍ରମିକଙ୍କୁ ଚିକିତ୍ସା କରାଯାଇଛି ।

ଖବର ମୁତାବକ, ସଚିନ ଜିଆଇଡିସି ଉଦ୍ୟୋଗିକ ଅଞ୍ଚଳରେ ଥିବା କେମିକାଲ ଫ୍ୟାକ୍ଟ୍ରିରେ ବିଳମ୍ବିତ ରାତିରେ ଟ୍ୟାଙ୍କ କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା । ଏହାପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । କମ୍ପାନୀରେ ରାତିରେ ପ୍ରାୟ ୧୫୦ କର୍ମଚାରୀ କାମ କରୁଥିଲେ । ଦୁର୍ଘଟଣାରେ ୨୫ କର୍ମଚାରୀ ଆହତ ହୋଇଥିବା ବେଳେ ୭ କର୍ମଚାରୀ ନିଖୋଜ ରହିଥିଲେ । କମ୍ପାନୀ ପ୍ରଶାସନ ୭ ଜଣ କର୍ମଚାରୀ ନିଖୋଜ ଥିବା ତଥ୍ୟ ଲୁଚାଇଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ କଙ୍କାଳ ଆଜି ସକାଳେ ଉଦ୍ଧାର କରାଯାଇଛି । ତେବେ ଜଣେ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି । ସେହିପରି ଆହତଙ୍କୁ ଭିନ୍ନ ଭିନ୍ନ ହସପିଟାଲରେ ଚିକିତ୍ସା କରାଯାଉଛି । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣା ସ୍ଥଳରେ ଅତିକମରେ ୧୫ଟି ଗାଡି ରହିଥିଲା । ନିଆଁ ଲିଭିବା କାମ ୯ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା ।

ଆଥର ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ପରେ କଲେକ୍ଟର କାର୍ଯ୍ୟାଳୟ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଟେଟ୍ରାହାଇଡ୍ରୋଫୁରାନ୍ ରାସାୟନିକ ସଂରକ୍ଷଣ ପାଇଁ ନିର୍ମିତ ୨୫ ହଜାର ଲିଟର ଟ୍ୟାଙ୍କରେ ନିଆଁ ଲାଗିବା ପରେ ଶିଳ୍ପ ନିରାପତ୍ତା ଏବଂ ସ୍ୱାସ୍ଥ୍ୟର ଏକ ଟିମ୍ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ । ବର୍ତ୍ତମାନ କମ୍ପାନୀରେ ଅଗ୍ନି ନିରାପତ୍ତା ସମେତ ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି । ଅନ୍ୟପକ୍ଷରେ ଶ୍ରମିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଦ୍ୱାରା କମ୍ପାନୀକୁ ଏକ ବନ୍ଦ ନୋଟିସ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.