ନୂଆପଡା ମୁସରିଙ୍ଗ ସଂରକ୍ଷିତ ଜଙ୍ଗଲ ଅଂଚଳରେ ବୁଲୁଛି ବାଘ

ପାହାଡ଼ ଉପରେ ବାଘ। ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ l ମୁସରିଙ୍ଗ ସଂରକ୍ଷିତ ଜଙ୍ଗଲ ଅଂଚଳରେ ବୁଲୁଛି କଲରିଆ ପତରିଆ ବାଘ l ଆଜି ସକାଳେ ଜଙ୍ଗଲର ଏକ ପାହାଡ଼ ଚଟାଣ ଉପରେ ଏକ କଳରାପତରିଆ ବାଘ ବସିଥବା ଦେଖିଥିଲେ କୁକୁଡ଼ାଟାଲ ଗ୍ରାମବାସୀ ।

ନୂଆପଡା(କେନ୍ୟୁଜ): ପାହାଡ଼ ଉପରେ ବାଘ। ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ । ମୁସରିଙ୍ଗ ସଂରକ୍ଷିତ ଜଙ୍ଗଲ ଅଂଚଳରେ ବୁଲୁଛି କଲରିଆ ପତରିଆ ବାଘ। ଆଜି ସକାଳେ ଜଙ୍ଗଲର ଏକ ପାହାଡ଼ ଚଟାଣ ଉପରେ ଏକ କଳରାପତରିଆ ବାଘ ବସିଥବା ଦେଖିଥିଲେ କୁକୁଡ଼ାଟାଲ ଗ୍ରାମବାସୀ ।

ଗାଁଲୋକେ ଏହାର ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି। ଗାଁ ନିକଟରେ ବାଘ ଦେଖିବା ପରେ ଭୟଭୀତ ହୋଇ ରହିଛନ୍ତି। ଏନେଇ ଗାଁଲୋକେ ନୂଆପଡ଼ା ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ।

ଖବରପାଇ ବନବିଭାଗ କର୍ମଚାରୀ କୁକୁଡାଟାଲ ଗାଁରେ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ସତର୍କ ରହିବାକୁ ଗାଁଲୋକଙ୍କୁ ସଚେତନ କରାଇଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.