Below header

ଲିବ୍ୟା ସମୁଦ୍ରରେ ବୁଡିଗଲା ଶରଣାର୍ଥୀଙ୍କ ଜାହାଜ: ୬୧ ମୃତ, ୨୫ ଉଦ୍ଧାର

ଲିବ୍ୟା ସମୁଦ୍ରରେ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳା ଓ ଶିଶୁଙ୍କ ସମେତ ୬୧ଜଣ ଶରଣାର୍ଥୀ ବୁଡି ମୃତ୍ୟୁବରଣ କରିଛନ୍ତି । ଜାହାଜ ଦୁର୍ଘଟଣାରେ ବୁଡ଼ିଯାଇଥିବା ଅଧିକାଂଶ ଲୋକମାନେ ନାଇଜେରିଆ, ଟାମ୍ବିଆ ଓ ଅନ୍ୟାନ୍ୟ ଆଫ୍ରିକୀୟ ଦେଶର ବାସିନ୍ଦା ବୋଲି ଆଇଓଏମ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଲିବ୍ୟା ସମୁଦ୍ରରେ ବଡ ଦୁର୍ଘଟଣା । ମଝି ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କୁ ନେଇ ଆସୁଥିବା ଜାହାଜ । ଫଳରେ ଏହି ଦୁର୍ଘଟଣାରେ ୬୧ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଲିବ୍ୟାସ୍ଥିତ ଅଟକ କେନ୍ଦ୍ରକୁ ପଠାଯାଇଛି । ଉଦ୍ଧାର କରାଯାଇଥିବା ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଏହି ଜାହାଜରେ ୮୬ରୁ ଅଧିକ ଲୋକ ଥିଲେ । ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଥିଲେ । ତେବେ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳା ଓ ଶିଶୁଙ୍କ ସମେତ ୬୧ଜଣ ଶରଣାର୍ଥୀ ବୁଡି ମୃତ୍ୟୁବରଣ କରିଛନ୍ତି । ଜାହାଜ ଦୁର୍ଘଟଣାରେ ବୁଡ଼ିଯାଇଥିବା ଅଧିକାଂଶ ଲୋକମାନେ ନାଇଜେରିଆ, ଟାମ୍ବିଆ ଓ ଅନ୍ୟାନ୍ୟ ଆଫ୍ରିକୀୟ ଦେଶର ବାସିନ୍ଦା ବୋଲି ଆଇଓଏମ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଆଇଓଏମ୍ କହିଛି, ଲିବ୍ୟାର ଉତ୍ତରପଶ୍ଚିମ ଉପକୂଳରେ ଅବସ୍ଥିତ ଜୁୱାରା ନଗରୀରୁ ଯାତ୍ରା ଆରମ୍ଭ କରିଥିବା ଉକ୍ତ ଜାହାଜଟି ସମ୍ଭବତଃ ବଡ଼ ବଡ଼ ଢେଉ ଆସିବା ଦ୍ୱାର ଓଲଟି ପଡ଼ିଥିଲା । ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଲିବ୍ୟାସ୍ଥିତ ଅଟକ କେନ୍ଦ୍ରକୁ ପଠାଯାଇଛି । ଉଦ୍ଧାର କରାଯାଇଥିବା ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଇଟାଲି ବାଟ ଦେଇ ୟୁରୋପରେ ପହଞ୍ଚିବା ଆଶାରେ ବିପଜ୍ଜନକ ଜଳଯାତ୍ରା କରୁଥିବା ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀମାନଙ୍କ ପାଇଁ ଯାତ୍ରା କରିବାର ଦୁଇଟି ପ୍ରମୁଖ ସ୍ଥାନ ହେଉଛି ଲିବ୍ୟା ଏବଂ ଟୁନିସିଆ ।

‘ଆଇଓଏମ୍’ର ଜଣେ ମୁଖପାତ୍ର ‘ଏକ୍ସ୍’ କରି ଲେଖିଛନ୍ତି ଯେ, ଚଳିତ ବର୍ଷ ଭୂମଧ୍ୟସାଗରରେ ଯେଉଁ ମୁଖ୍ୟ ପଥ ଦେଇ ପ୍ରବାସୀମାନେ ଯାତ୍ରା କରୁଛନ୍ତି ସେ ପଥରେ ୨୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି । ଗତ ଜୁନରେ ଅତିକମରେ ୭୯ ଶରଣାର୍ଥୀ ବୁଡି ମରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.