ପ୍ରଥମ ଥର ପାଇଁ iPhone 15ରେ ମିଳିବ ୧୦ ହଜାର ଟଙ୍କାର ଡିସକାଉଣ୍ଟ, ଆମାଜନ ଦେଇପାରେ ଏହି ଅଫର

ପ୍ରଥମ ଥର ପାଇଁ ଏହି ସେଲରେ iPhone 15 ଦାମରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିବ । ତେବେ ବର୍ତ୍ତମାନ ସୁଦ୍ଧା ସେଲ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ, କିନ୍ତୁ ଆସନ୍ତା ସପ୍ତାହରେ କମ୍ପାନୀ ଏ ସମ୍ପର୍କରେ ଏକ ବଡ ଘୋଷଣା କରିପାରେ ବୋଲି କୁହାଯାଉଛି ।

ଆମାଜନ ନୂଆ ବର୍ଷ ୨୦୨୪ ପାଇଁ ନୂଆ ବର୍ଷ ୨୦୨୪ ସେଲ୍‌ ଘୋଷଣା କରିବ ବୋଲି କୁହାଯାଉଛି । ପ୍ରଥମ ଥର ପାଇଁ ଏହି ସେଲରେ iPhone 15 ଦାମରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିବ । ତେବେ ବର୍ତ୍ତମାନ ସୁଦ୍ଧା ସେଲ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ, କିନ୍ତୁ ଆସନ୍ତା ସପ୍ତାହରେ କମ୍ପାନୀ ଏ ସମ୍ପର୍କରେ ଏକ ବଡ ଘୋଷଣା କରିପାରେ ବୋଲି କୁହାଯାଉଛି ।

ବର୍ତ୍ତମାନ ଆମାଜନରେ ମିଳୁଥିବା iPhone 15ର ଦାମ ୭୬,୯୯୦ ଟଙ୍କାରେ ଲିଷ୍ଟ ହୋଇଛି । କିନ୍ତୁ କୁହାଯାଉଛି ଯେ ଏହା ଆମାଜନରେ ପ୍ରାୟ ୧୦,୦୦୦ ଟଙ୍କା ଡିସକାଉଣ୍ଟ ସହିତ ଲିଷ୍ଟ ହେବ । କିନ୍ତୁ ଏହି ଅଫର ଅଳ୍ପ ସମୟ ପାଇଁ ରହିବ । ତେଣୁ ଗ୍ରାହକଙ୍କ ପାଖରେ ଅଧିକ ସମୟ ରହିବ ନାହିଁ । ଏହି ଅଫର ସର୍ବାଧିକ ୩ ରୁ ୪ ଦିନ ପର୍ଯ୍ୟନ୍ତ ରହିବ । ଯଦି ଆପଣ ଭାବୁଛନ୍ତି iPhone 15 କିପରି ଏତେ ଶସ୍ତାରେ ମିଳିବ, ତେବେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଏହା ମେଡ୍ ଇନ୍ ଇଣ୍ଡିଆ iPhone 15 । ତେଣୁ ଏଥିରେ ଏତେ ବଡ ଡିସକାଉଣ୍ଟ ଦେଲେ କମ୍ପାନୀର କୌଣସି କ୍ଷତି ହେବ ନାହିଁ ।

iPhone 15 ସ୍ପେସିଫିକେସନ :

iPhone 15 ରେ ୬.୧ ଇଞ୍ଚର ଡିସପ୍ଲେ ଅଛି ଏବଂ ଏହା ପିଙ୍କ୍‌, ୟେଲୋ, ଗ୍ରୀନ୍‌, ବ୍ଲୁ ଏବଂ ବ୍ଲାକ କଲରରେ ମିଳିବ । iPhone 15 ରେ ୪୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଅଛି, ଯାହା iPhone 14 ର ୧୨ ମେଗାପିକ୍ସେଲ କ୍ୟାମେରାରୁ ଏକ ବଡ ଅପଗ୍ରେଡ୍ ।

ବ୍ୟାଟେରୀ ବିଷୟରେ କହିବାକୁ ଗଲେ Apple ଦାବି କରିଛି ଯେ iPhone 15 ପୁରା ଦିନ ଚାଲିବ । iPhone 15ରେ ଆପଲ୍ ର A16 ବାୟୋନିକ୍ ପ୍ରୋସେସର୍ ଅଛି, ଯାହା ଗତ ବର୍ଷର A15 ବାୟୋନିକ୍ ଚିପସେଟ ଅପେକ୍ଷା ଭଲ ରହିଛି । iPhone 15ରେ ଏକ USB ଟାଇପ୍‌ C ଚାର୍ଜିଂ ପୋର୍ଟ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.