JSW ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ମାମଲା, ଥାନାରେ ଅଭିଯୋଗ କଲେ ୩୦ ବର୍ଷୀୟା ଡାକ୍ତରାଣୀ

ବଢିଲା JSW ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲଙ୍କ ଅଡ଼ୁଆ । ଦୁଷ୍କର୍ମ ଅଭିଯୋଗରେ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଷ୍କର୍ମ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୁମ୍ବାଇର ୩୦ ବର୍ଷୀୟା ଡାକ୍ତରାଣୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।

୨୦୨୨ ଜାନୁୟାରୀରେ ସଜ୍ଜନଙ୍କ ମୁମ୍ବାଇ ଅଫିସରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏପଟେ ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁମ୍ବାଇ ପୋଲିସ କହିଛି । ତେବେ ସଜ୍ଜନ ଜିନ୍ଦଲଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସଜ୍ଜନଙ୍କ ବିରୋଧରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗକାରିଣୀ ଏତଲାରେ ଦର୍ଶାଇଛନ୍ତି ଯେ ୨୦୨୨ ଜାନୁୟାରୀ ୨୪ରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଜିନ୍ଦଲ କାର୍ଯ୍ୟାଳୟର ଏକ ପେଣ୍ଟ୍‌ହାଉସ୍‌ରେ ଦୁଷ୍କର୍ମ ଘଟଣା ଘଟିଥିଲା । ଅଭିଯୋଗକାରିଣୀ ପ୍ରଥମେ ଗତ ଫେବୃୟାରୀରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ କୋର୍ଟ ପୋଲିସକୁ ଜିନ୍ଦଲଙ୍କ ବିରୋଧରେ ମାମଲା ରୁୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅଭିଯୋଗ ମୁତାବକ, ଅଭିଯୋଗକାରିଣୀ ସଜ୍ଜନ ଜିନ୍ଦଲଙ୍କୁ ପ୍ରଥମ ଥର ୨୦୨୧ ଅକ୍ଟୋବର ୮ରେ ଦୁବାଇରେ ଭେଟିଥିଲେ । ବର୍ତ୍ତମାନ ତାଙ୍କ ବୟାନ ଆଧାରରେ ଜିନ୍ଦଲଙ୍କ ବିରୋଧରେ ୩୭୬ ଓ ୩୫୪ ସମେତ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.