Below header

ରାଜଧାନୀ ବସ୍ତିରେ ଅଗ୍ନିକାଣ୍ଡ, ନିଆଁରେ ପୋଡି ୭ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ବିଳମ୍ବିତ ରାତିରେ ନିଆଁ ଲାଗି ୭ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଖବର ପାଇ ଦିଲ୍ଲୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିଛି । ନିଆଁରେ ପୋଡ଼ି ହୋଇ ଯାଇଥିବା ସାତଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।


ନିଆଁକୁ ଏତେ ଭୟଙ୍କର ଥିଲା ଯେ, ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗରର ୨୫ ଗାଡି ନିୟୋଜିତ ହୋଇଥିଲା। କାର୍ଯ୍ୟରେ ୧୦୦ ଜଣ କର୍ମଚାରୀ ଯୋଗ ଦେଇଥିଲେ। ଏପର୍ଯ୍ୟନ୍ତ ନିଆଁ କେଉଁ କାରଣରୁ ଲାଗିଥିଲା, ତାହା ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.