ବଲାଙ୍ଗିର: ନାଏବ ସରପଞ୍ଚଙ୍କ ବିଜୟ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ, ଜଣେ ପୋଲିସ କର୍ମଚାରୀଙ୍କ ସହ ୩ଜଣ ଆହତ

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିର ଚନ୍ଦନଭାଟି ପଂଚାୟତରେ ନାଏବ ସରପଞ୍ଚଙ୍କ ବିଜୟ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ । ନାଏବ ସରପଞ୍ଚ ସଙ୍କୀର୍ତ୍ତନ ମେହେର ବିଜୟୀ ହୋଇଛନ୍ତି । ଗତକାଲି ରାତିରେ ସମର୍ଥକମାନେ ଶୋଭାଯାତ୍ରା କରୁଥିବାବେଳେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ସଦର ଥାନା ପୋଲିସ ପହଂଚିବାରୁ ଗାଡି ଉପରେ ପଥର ଓ ଇଟା ମାଡ ମଧ୍ୟ କରିଥିଲେ । ଏଥିରେ ପୋଲିସ ଗାଡ଼ି ଭାଙ୍ଗିଯାଇଛି। ଜଣେ ପୋଲିସ କର୍ମଚାରୀଙ୍କ ସହ ୩ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁତୟନ ହୋଇଛନ୍ତି ୪ ପ୍ଲାଟୁନ ଫୋର୍ସ । ଏସଡିପିଓ ତୋଫାନ ବାଗ ଓ ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.