Below header

ଗୋଟିଏ ବାଇକ୍‌ରେ ୭ ଯୁବକ ଦେଖାଉଥିଲେ ଭୟଙ୍କର ଷ୍ଟଣ୍ଟ୍‌, ୨୨ ହଜାର ଟଙ୍କା ଚଲାଣ କାଟିଲା ପୋଲିସ; ୩ ଗିରଫ

ବାଇକ୍‌ ଉପରେ ବିପଜ୍ଜନକ ଅବସ୍ଥାରେ ଷ୍ଟଣ୍ଟ୍‌ କରିବା ଯୁବକମାନଙ୍କୁ ମହଙ୍ଗା ପଡ଼ିଛି। ଉତ୍ତର ପ୍ରଦେଶର ହାପୁରରୁ ଆସିଛି ଏମିତି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ। ଏଥିରେ ଏକ ବାଇକ୍‌ରେ ୭ ଯୁବକ ଷ୍ଟଣ୍ଟ୍‌ କରୁଥିବା ନଜର ଆସୁଛନ୍ତି।

ବାଇକ୍‌ ଉପରେ ବିପଜ୍ଜନକ ଅବସ୍ଥାରେ ଷ୍ଟଣ୍ଟ୍‌ କରିବା ଯୁବକମାନଙ୍କୁ ମହଙ୍ଗା ପଡ଼ିଛି। ଉତ୍ତର ପ୍ରଦେଶର ହାପୁରରୁ ଆସିଛି ଏମିତି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ। ଏଥିରେ ଏକ ବାଇକ୍‌ରେ ୭ ଯୁବକ ଷ୍ଟଣ୍ଟ୍‌ କରୁଥିବା ନଜର ଆସୁଛନ୍ତି। ଭିଡିଓ ଭାଇରାଲ ହେବା ପରେ ପୋଲିସ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଭିଡିଓ ଆଧାରରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ଷ୍ଟଣ୍ଟ୍‌ କରାଯାଉଥିବା ବାଇକ୍‌କୁ ମଧ୍ୟ ଜବତ କରିଛି। ହାପୁର ପୋଲିସ ଟ୍ଵିଟ୍‌ କରି କହିଛି ଯେ ଷ୍ଟଣ୍ଟ୍‌ ପାଇଁ ବ୍ୟବହାର କରାଯାଇଥିବା ବାଇକ୍‌ର ୨୨,୦୦୦ ଟଙ୍କାର ଚାଲାଣ କଟିଛି। ଏହି ମାମଲା ହାପୁର ଥାନା ଦେହାତ୍‌ ଅଞ୍ଚଳର ବୋଲି ଜଣାପଡ଼ିଛି।

ଭିଡିଓରେ ଦେଖିବାକୁ ମିଳୁଛି, ଗୋଟିଏ ବାଇକ୍‌ରେ ୭ ଜଣ ଯୁବକ ବସିଛନ୍ତି। ଜଣେ ଗାଡ଼ି ଚଲାଉଥିବା ବେଳେ ଅନ୍ୟମାନେ ଭୟଙ୍କର ଷ୍ଟଣ୍ଟ୍‌ କରୁଛନ୍ତି। ଯେତେ ବେଳେ ସେମାନେ ଷ୍ଟଣ୍ଟ୍‌ କରୁଥିଲେ, ସେହି ବାଟ ଦେଇ ଯାଉଥିବା ଜଣେ କାର୍‌ ଚାଳକ ସେମାନଙ୍କ ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିଲେ। ଏହାପରେ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା।

କହି ରଖୁଛୁ, ୟୁପି ପୋଲିସ ବାଇକ୍‌ରେ ଷ୍ଟଣ୍ଟ୍‌ ଦେଖାଉଥିବା ଲୋକଙ୍କ ବିରୋଧରେ ମଝିରେ ମଝିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ ଏହାପରେ ବି ଲୋକେ ସୁଧୁରୁ ନାହାନ୍ତି ଏବଂ ଏହିପରି ରାସ୍ତାରେ ଷ୍ଟଣ୍ଟ୍‌ ଦେଖାଉଛନ୍ତି। ନିକଟରେ ଉତ୍ତର ପ୍ରଦେଶର ବରେଲିରୁ ମଧ୍ୟ ଏହିପରି ଏକ ଘଟଣା ସାମ୍ନାକୁ ଆସିଥିଲା। ଏହି ମାମଲାରେ ପୋଲିସ ୫୨ ହଜାର ଟଙ୍କା ଚାଲାଣ କାଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.