ଆମେରିକାର ଆଟଲାଣ୍ଟାରେ ଆଖିବୁଜା ଗୁଳିମାଡ଼: ୮ ମୃତ, ଜଣେ ଗିରଫ

ଆମେରିକାର ଆଟଲାଣ୍ଟାରେ ଭୟାନକ ଗୁଳିମାଡ଼ ହୋଇଛି। ଆଟଲାଣ୍ଟା ସ୍ଥିତ ଜର୍ଜିଆର ୩ଟି ସ୍ପା ଭିତରେ ପଶି ଜଣେ ଦୁର୍ବୃତ୍ତ ଏହି ଗୁଳିମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୪ଜଣ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଗୁଳିମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଘଟଣାରେ ସିସିଟିଭି ଫୁଟେଜ ଆଧାରରେ ଦକ୍ଷିଣ-ପଶ୍ଚିମ ଜର୍ଜିଆରୁ ଜଣେ ୨୧ ବର୍ଷୀୟ ସନ୍ଦିଗ୍ଧ ଯୁବକକୁ ପୁଲିସ ଗିରଫ କରିଛି ।

ପିଟିଆଇ ମୁତାବକ, ଆଟଲାଣ୍ଟର ପୁଲିସ ପ୍ରମୁଖ ରୋଡନି ବ୍ରାୟଣ୍ଟଙ୍କ କହିଛନ୍ତି, ଗୁଳିମାଡ଼ରେ ପୂର୍ବୋତ୍ତର ଆଟଲାଣ୍ଟର ଏକ ସ୍ପା ଭିତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରାସ୍ତା ଆରପାର୍ଶ୍ୱରେ ଥିବା ଆଉ ଏକ ସ୍ପାରୁ ଆଉ ଜଣଙ୍କ ମୃତଦେହ ଜବତ ହୋଇିଛି। ଏ ସମସ୍ତ ମୃତକ ମହିଳା। ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୫.୫୦ମିନିଟ୍ରେ ଏହି ଭୟଙ୍କର ଗୁଳିକାଣ୍ଡ ଘଟିଛି। ପୋଲିସ ମଧ୍ୟ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.