କେନ୍ଦୁଝର ଜୁଡିଆ ଘାଟିରେ ଭାରସାମ୍ୟ ହରାଇ ପଥରରେ ବାଡେଇ ହେଲା ଟ୍ରକ୍‌, ଡ୍ରାଇଭର ମୃତ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଜୁଡିଆ ଘାଟିରେ ଦୁର୍ଘଟଣା । ଘାଟିରେ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପଥରରେ ବାଡେଇ ହୋଇଯାଇଥିଲା ।

ଯାହାଫଳରେ ଚାପି ହୋଇ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଟ୍ରକକୁ କାଟି ଡ୍ରାଇଭରକୁ ବାହାର କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କାରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.