ନଦୀରେ ଓଲଟିଲା ଶ୍ରଦ୍ଧାଳୁ ଭର୍ତ୍ତି ଥିବା ଟ୍ରାକ୍ଟର ଡାଲା: ୨ ପିଲାଙ୍କ ସମେତ ୮ ମୃତ, ଅନେକ ନିଖୋଜ

ଉତ୍ତରପ୍ରଦେଶ ସହାରନପୁରରେ ଟ୍ରାକ୍ଟର ଡାଲା ଓଲଟିଯିବାରୁ ଭାସିଗଲେ ୪୫ ଶ୍ରଦ୍ଧାଳୁ । ଏମାନଙ୍କ ମଧ୍ୟରୁ ୨ ଜଣ ପିଲାଙ୍କ ସହିତ ୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୨ ଜଣ ନିଖୋଜ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମୃତକଙ୍କ ପରିବାର ସହାୟତା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତର ପ୍ରଦେଶ ସହାରନପୁରରେ ଭୟଙ୍କର ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି । ଶ୍ରଦ୍ଧାଳୁ ଭର୍ତ୍ତି ହୋଇଥିବା ଟ୍ରାକ୍ଟର ଡାଲା ନଦୀରେ ଓଲଟି ପଡିବାରୁ ୨ ପିଲାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୧୨ରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହାରନପୁର ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖବର ମୁତାବକ, ବୁଧବାର ସନ୍ଧ୍ୟାରେ ସହାରନପୁରର ଦେହାତ କୋତବାଲି ଅଞ୍ଚଳରେ ଏକ ଧାର୍ମିକ କାର୍ଯ୍ୟକ୍ରମରୁ ୪୫ରୁ ଅଧିକ ଶ୍ରଦ୍ଧାଳୁ ଏକ ଟ୍ରାକ୍ଟରରେ ବସି ଫେରୁଥିଲେ । ନଦୀ ପାର କରୁଥିବା ସମୟରେ ଟ୍ରାକ୍ଟର ଟ୍ରଲି ନଦୀରେ ଓଲଟିପଡିଥିଲା । ଫଳରେ ଅନେକ ଲୋକ ଭାସିଯାଇଥିଲେ । ଏମାନଙ୍କ ମଧ୍ୟରୁ ୨ ଜଣ ପିଲାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ୧୨ ଜଣ ଲୋକ ନିଖୋଜ ଥିବା କୁହାଯାଉଛି । ଘଟଣା ପରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯାଇଥିଲା ।

ଘଟଣା ପରେ ପୋଲିସ ଏବଂ ଜିଲ୍ଲାଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକରିଥିଲେ । ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ରେସକ୍ୟୁଅପରେସନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.