Below header

ଅତିକ ଅହମଦର ହତ୍ୟା ପରେ ଅନାଚକ୍‌ ୮୦୦ ଫୋନ ନମ୍ବର ବନ୍ଦ, ଜେଲରେ ବନ୍ଦ ଥିବା ବଡପୁଅର ଆଚରଣରେ ପରିବର୍ତ୍ତନ

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ଅଶରଫ ହତ୍ୟା ପରେ ହଠାତ୍‌ ବନ୍ଦ ହୋଇଗଲା ୮୦୦ ଫୋନ ନମ୍ବର । ସେପଟେ ଜେଲରେ ବନ୍ଦ ଥିବା ଅତିକର ବଡ ପୁଅ ଉମରଙ୍କ ଆଚରଣରେ ଦେଖାଦେଇଛି ବଡ ପରିବର୍ତ୍ତନ ।

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ଅଶରଫ ହତ୍ୟା ଘଟଣା ପରେ ୮୦୦ରୁ ଅଧିକ ଫୋନ ନମ୍ବର ଅଚାନକ ବନ୍ଦ ହୋଇଥିବା ଖବର ମିଳିଛି । ଉମେଶ ପାଲ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଅଭିଯୁକ୍ତ ସନ୍ଧାନରେ ଅନେକ ଲୋକଙ୍କ ଫୋନ ନମ୍ବର ସର୍ଭିଲାନ୍ସରେ ରଖିଛି । ଯେଉଁଥିରେ ହଠାତ୍‌ ୮୦୦ ନମ୍ବର ହଠାତ୍‌ ବନ୍ଦ ହୋଇଥିବା ପୋଲିସକୁ ସୂଚନା ମିଳିଛି । ଫୋନ ନମ୍ବର ହଠାତ୍‌ ବନ୍ଦ ହୋଇଥିବା ପୋଲିସ ଖବର ପାଇଛି । ବନ୍ଦ ପଡିଥିବା ଫୋନ ନମ୍ବରକୁ ପୋଲିସ ଯାଞ୍ଚ କରୁଛି ।

ଯେଉଁମାନଙ୍କ ନମ୍ବର ବନ୍ଦ ରହିଛି, ସେମାନେ ଅତକର ଜମି କିଣାବିକା ମାମଲାରେ ଜଡିତ ରହିଛନ୍ତି । ଉମେଶ ପାଲ ହତ୍ୟାକାଣ୍ଡୀ ଅଭିଯୁକ୍ତ ସନ୍ଧାନରେ ପୋଲିସ ଅନେକ ଲୋକଙ୍କର ଫୋନ ନମ୍ବର ସର୍ଭେଲାନ୍ସ ପାଇଁ ରଖିଥିଲା । ଆଉ ଏମାନଙ୍କ କଲ୍‌ ଡିଟେଲ୍‌ ଖୋଜୁଛି ପୋଲିସ ।

ଏହା ମଧ୍ୟରେ ଲକ୍ଷ୍ନୌ ଜେଲରେ ବନ୍ଦ ଥିବା ଅତିକ ଅହମଦର ବଡ ପୁଅ ଉମରଙ୍କ ଭାବଭଙ୍ଗୀରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ବାପା ଏବଂ ଦାଦାଙ୍କ ମୃତ୍ୟୁ ପରେ ଉମର ବହୁତ ଶାନ୍ତ ହୋଇପଡିଛନ୍ତି । ସାନ ଭାଇ ଅସଦର ମୃତ୍ୟୁ ଖବର ମିଳିବା ପରେ ଘଣ୍ଟେ ପର୍ଯ୍ୟନ୍ତ କାନ୍ଦିଥିଲା ଉମର । ଏହାପର ଠାରୁ ଶାନ୍ତ ହୋଇ ରହିଛି ଉମର । ବାପା, ଭାଇ ଏବଂ ଦାଦାର ମୃତ୍ୟୁରେ ଗଭୀର ଶୋକରେ ରହିଛି ଉମର ।

ପୋଲିସ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଘରେ ଚଢାଉ ଜାରି ରଖିଛି । ସନ୍ଦେହ ଆଧାରରେ ପାଖାପାଖି ୨୫ରୁ ଅଧିକ ମହିଳାଙ୍କୁ ପଚରାଉଚରା କରୁଛି । କିନ୍ତୁ ସଠିକ୍‌ ପ୍ରମାଣ ପାଇନି । ଅତିକ ଅହମଦର ସବୁଠାରୁ ଖାସ୍‌ ଲୋକ ଗୁଡୁ ମୁସଲିମକୁ ପୋଲିସ ଖୋଜୁଛି ।

ଅତିକ୍‌ ଓ ଅଶରଫ୍‌ଙ୍କୁ କାଲ୍‌ଭିନ ହସ୍ପିଟାଲର ଗେଟ୍‌ ପାଖରେ ଏପ୍ରିଲ ୧୫ ରାତିରେ ଗୁଳି କରାଯାଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଉମେଶ ପାଲ ହତ୍ୟା ମାମଲାରେ ଅତିକ୍‌-ଅଶରଫ୍‌ଙ୍କୁ ପୋଲିସ ରିମାଣ୍ଡରେ ନେଇଥିଲା। କାଲଭିନ ହସ୍ପିଟାଲରେ ସେମାନଙ୍କ ମେଡିକାଲ ଟେଷ୍ଟ କରାଯାଇଥିଲା। ସେଠାରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧି ବେଶରେ ଆସି ଅରୁଣ ମୌର୍ଯ୍ୟ, ଲଭଲେଶ ତିୱାରୀ ଓ ସନ୍ନି ତତ୍‌କ୍ଷଣାତ ଅତିକ୍‌ ଓ ଅଶରଫ୍‌ଙ୍କୁ ଗୁଳି କରି ହତ୍ୟା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.