ଆମେରିକାରେ ମାଷ୍ଟର ଡିଗ୍ରୀ ପୂରା ହେବାକୁ ଥିଲା ମାତ୍ର ୧୦ ଦିନ, ଡ୍ୟୁଟି ସମୟରେ ଗୁଳି ବାଜି ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ପାଠପଢ଼ା ଶେଷ କରିବାକୁ ଆମେରିକା ଯାଇଥିବା ୨୪ ବର୍ଷୀୟ ଜଣେ ଭାରତୀୟ ଛାତ୍ର ବନ୍ଧୁକ ଗୁଳିରେ ପ୍ରାଣ ହରାଇଛନ୍ତି। ଏହି ଛାତ୍ର ଆନ୍ଧ୍ରପ୍ରଦେଶର ବାସିନ୍ଦା ଥିଲେ ଏବଂ ଆମେରିକାରେ ନିଜ ମାଷ୍ଟର ଡିଗ୍ରୀ ପୂରା କରୁଥିଲେ।

ପାଠପଢ଼ା ଶେଷ କରିବାକୁ ଆମେରିକା ଯାଇଥିବା ୨୪ ବର୍ଷୀୟ ଜଣେ ଭାରତୀୟ ଛାତ୍ର ବନ୍ଧୁକ ଗୁଳିରେ ପ୍ରାଣ ହରାଇଛନ୍ତି। ଏହି ଛାତ୍ର ଆନ୍ଧ୍ରପ୍ରଦେଶର ବାସିନ୍ଦା ଥିଲେ ଏବଂ ଆମେରିକାରେ ନିଜ ମାଷ୍ଟର ଡିଗ୍ରୀ ପୂରା କରୁଥିଲେ। ଅଧ୍ୟୟନ ପୂରା ହେବାକୁ ଆଉ ମାତ୍ର ୧୦ ଦିନ ବାକି ଥିଲା। ଆମେରିକାର ଓହିୟୋ ରାଜ୍ୟ ପୋଲିସର ସୂଚନା ଅନୁସାରେ, ଯୁବକ ଯେଉଁ ଗ୍ୟାସ ଷ୍ଟେସନରେ କାର୍ଯ୍ୟ କରୁଥିଲେ, ସେଠାରେ ଗୁଳିକାଣ୍ଡରେ ତାଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଏପ୍ରିଲ ୨୦ ଦ୍ୱିପ୍ରହର ୧୨ଟା ୫୦ ମିନିଟ୍‌ରେ ଏହି ଘଟଣା ଘଟିଥିଲା। ଏଥିରେ ଜଣେ ଭାରତୀୟ ଛାତ୍ର ଗୁରୁତର ଆହତ ହୋଇଥିଲେ। ତାଙ୍କ ନାମ ସାଇଶ ଭୀରା ବୋଲି ଜଣାପଡିଛି। ଘଟଣା ରାଜ୍ୟର କଲମ୍ବସ ଡିଭିଜନରେ ଘଟିଛି।

ଘଟଣା ପରେ କଲମ୍ବସ୍ ଅଗ୍ନିଶମ ସେବାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୀଡିତ ଛାତ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଚିକିତ୍ସା ସମୟରେ ତାଙ୍କୁ ସମ୍ପୂର୍ଣ୍ଣ ନଜରବନ୍ଦୀରେ ରଖାଯାଇଥିଲା, କିନ୍ତୁ ରାତି ୧ଟା ୨୭ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ଏ ସମ୍ପର୍କରେ ତାଙ୍କ ସମ୍ପର୍କୀୟଙ୍କୁ ଜଣାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.