Below header

ମହାରାଷ୍ଟ୍ର ୭ ନମ୍ବର ହାଇେଓ୍ଵ ନିକଟ ଏକ ଗାଁ ପାଖରେ ଚାଲିଛି ଲଙ୍ଗର ସେବା, ୨୦ ଲକ୍ଷ ଲୋକଙ୍କୁ ଖୁଆଇଛନ୍ତି ୮୧ ବର୍ଷ ବୟସ୍କ ଏହି ଶିଖ୍‌ ବ୍ୟକ୍ତି

ଯବାତାମାଲ : ଗତ ଦୁଇ ମାସ ଧରି ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ହଜାର ହଜାର ସଂଖ୍ୟାରେ ବସ୍‌,ଟ୍ରକ୍‌,ଟେମ୍ପୋ ସହ ଅନ୍ୟ ଗାଡି ସବୁ କରଞ୍ଜି ନିକଟ ଜାତୀୟ ରାଜପଥ ୭ ଦେଇ ଯାତାୟାତ କରୁଥିବା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ଶିଖ୍‌ ସମ୍ପ୍ରଦାୟର ବ୍ୟକ୍ତି ଲଙ୍ଗର ଦେଉଛନ୍ତି । ଯେଉଁଠି ଲକ୍‌ଡାଉନ୍‌ର ମାତ୍ର ୧୫ ଦିନ ମଧ୍ୟରେ ପ୍ରାୟ ୨୦ ଲକ୍ଷ ଲୋକ ଖାଇଥିବାର ଜଣାଯାଇଛି ।

langar.jpg-1

୭ ନମ୍ବର ଜାତୀୟ ରାଜପଥର ଏହି ସ୍ଥାନର ପଛ ଆଗକୁ ପ୍ରାୟ ୪୫୦ କଲୋମିଟର ଧରି କୈାଣସି ହୋଟେଲ କିମ୍ପା ଢ଼ାବା ଦେଖିବାକୁ ମିଳିବ ନାହିଁ । ଏହି ନିରୋଳା ସ୍ଥାନରେ କିଛି ଖାଇବାକୁ ହେଲେ ଏକମାତ୍ର ଭରସା ହେଉଛନ୍ତି ବାବା କର୍ଣ୍ଣେଲ ସିଂହ ଓରଫ୍‌ ଖଇରା ବାବା ।

langar.jpg-2JPG

ରାସ୍ତା ପାର୍ଶ୍ୱରେ ପ୍ଲାଷ୍ଟିକ ଓ ଟିଣରେ ତିଆରି ଏକ ଘର ପାଇବେ ଯେଉଁଠି ସେହି ରାସ୍ତା ଦେଇ ଯାଉଥିବା ଯାତ୍ରୀମାନଙ୍କୁ ପେଟ ଭରି ଗଣ୍ଡାଏ ଖାଇବାକୁ ମିଳି ପାରିବ । ଦିର୍ଘ ୪୫୦ କି.ମି ମଧ୍ୟରେ କୈାଣସି ଖାଇବାର ବ୍ୟବସ୍ଥା ନଥିବାରୁ ଲୋକେ ଏହି ‘ଗୁରୁଙ୍କ ଲଙ୍ଗର’ରେ ଅଟକିବା ଛଡ଼ା ଅନ୍ୟ ଉପାୟ ନଥାଏ ବୋଲି କୁହନ୍ତି ଖଇରା ବାବା । ଫଳରେ ଦିନ ସାରା ଏଠାକାର ‘ଲଙ୍ଗର’ରେ ଖାଇବାର ବ୍ୟବସ୍ଥା ହୋଇଥାଏ ।

langar.jpg-4JPG

ବର୍ଷ ବର୍ଷ ଧରି ଏହି ଲଙ୍ଗର ଚାଲି ଆସୁଛି । ଲଙ୍ଗର ଚଳାଇବା ପାଇଁ ୧୧ ଜଣ ରୋଷେୟାଙ୍କ ସହ ୧୭ ଜଣ ସେବକ ଓ ଅନ୍ୟ ସହକାରୀ ରହିଛନ୍ତି । ଦିନ ସାରା ଏଠାରେ ରୋଷେଇ ଚାଲି ଥାଏ ଓ ଲୋକଙ୍କୁ ଗରମ ଖାଦ୍ୟ ଦିଆଯାଇ ଥାଏ ବୋଲି କୁହନ୍ତି ଖଇରା ବାବା । ବାବାଙ୍କର ସାନ ଭାଇ ଆମେରିକାରେ ଥିବାରୁ ସେଠାକାର ଶିଖ୍‌ ସମ୍ପଦ୍ରାୟଙ୍କ ନିକଟରୁ ଅର୍ଥ ସଂଗ୍ରହ ହୋଇଥାଏ ।

ଫଳରେ ଲଙ୍ଗର ଚଳାଇବା ପାଇଁ ଅର୍ଥର ଅସୁବିଧା ହୁଏନି । ବ୍ରେକ୍‌ ଫାଷ୍ଟ୍‍ରେ ବିସ୍କୁଟ୍‌ ସହ ଚା’ ଦିଆଯାଇଥାଏ । ମଧ୍ୟାହ୍ନରେ ଭାତ, ଡାଲି ଓ ତରକାରୀ ଦିଆଯାଇଥାଏ । ଉକ୍ତ ରାସ୍ତା ଦେଇ ଯାଉଥିବା ଯାତ୍ରୀଙ୍କ ପାଇଁ ଗାଧୋଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି କୁହନ୍ତି ଖଇରା ବାବା । ଏହାଛଡ଼ା ପ୍ରତିଦିନ ଏଠାରେ ୨୫୦ କୁକୁର ଓ ବିଲେଇଙ୍କୁ ରୁଟି ଓ ଗୁଡ଼ ଖାଇବାକୁ ଦିଆଯାଇ ଥାଏ ।

langar.jpg-5JPG

ଖଇରା ବାବା ଉତ୍ତରପ୍ରଦେଶର ମିରଟରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୧ ବର୍ଷ ବୟସରୁ ମାନବ ସେବାର ଡ଼ାକରାରେ ଘର ଛାଡି ପଳାଇ ଆସିଥିଲେ । ପରେ ସେ ମଧ୍ୟ ପ୍ରାଚ୍ୟ ଦେଶରେ ୪ ବର୍ଷ ଓ ଜର୍ମାନ ଓ ଅନ୍ୟ ୟୁରୋପିୟ ଦେଶରେ ୫ ବର୍ଷ ରହିବା ପରେ ଫେରି ଆସି ଏଠାରେ ଗୁରୁଦ୍ୱାର ‘ଲଙ୍ଗର’ ଓ ଅନ୍ୟ ସେବା ଜାରି ରଖିଛନ୍ତି ।

ବାବାଙ୍କର କୈାଣସି ଶିକ୍ଷାଗତ ଡିଗ୍ରୀ ନଥିଲେ ମଧ୍ୟ ସେ ଅତି ସୁନ୍ଦର ଭାବରେ ଇଂରାଜୀ, ହିନ୍ଦୀ, ମରାଠୀ,ପଞ୍ଜାବୀ,ଡଚ୍‌ ଓ ଜର୍ମାନ ଭାଷା କହିପାରନ୍ତି । ଏହି କାର୍ଯ୍ୟ କେବଳ ସେହି ଗୁରୁଙ୍କ କୃପାରୁ ସମ୍ଭବ ହୋଇପାରିଛି ବୋଲି କୁହନ୍ତି ବାବା ଖଇରା ।

ପ୍ରକାଶ ଯୋଗ୍ୟ ଯେ ଏଠାରେ ୧୦ମ ଶିଖ୍‌ ଗୁରୁ ଗୋବିନ୍ଦ ସିଂହ ୧୭୦୫ରେ କିଛି ଦିନ ପାଇଁ ରହିଥିଲେ । ଯାହାକି ଏବେ ଶିଖ୍‌ ସମ୍ପ୍ରଦାୟର ଏକ ବଡ଼ ଧାର୍ମିକ ସ୍ଥଳୀ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.