କ୍ବାରେଣ୍ଟାଇନ ସେଣ୍ଟରରେ ମଦ ଯୋଗାଉଥିଲେ ବ୍ୟବସାୟୀ, ସରପଞ୍ଚ ପ୍ରତିବାଦ କରିବାରୁ ହେଲା ଆକ୍ରମଣ,ତାତିଲେ ଗ୍ରାମବାସୀ

ଭଞ୍ଜନଗର(କେନ୍ୟୁଜ୍): କ୍ୱାରେଣ୍ଟାଇନ ସେଣ୍ଟରରେ ମଦ ଯୋଗାଣ ଅଭିଯୋଗ। ଏହାକୁ ନେଇ ତାତିଲେ ଲୋକେ। ଏହାକୁ ତୀବ୍ର ବିରୋଧ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଗ୍ରାମବସୀ। ସୂଚନା ମୁତାବକ ଗଂଜାମ ଜିଲ୍ଲା ଛତ୍ରପୁର କଳମ୍ବ ପଞ୍ଚାୟତରେ ଘଟିଛି ଏହି ଘଟଣା। ଏହି ପଞ୍ଚାୟତର ପୁରୁଷୋତ୍ତମ କ୍ବାରେଣ୍ଟାଇନ ସେଣ୍ଟରରେ କିଛି  ପ୍ରବାସୀ ଓଡ଼ିଆଙ୍କୁ ରଖାଯାଇଛି।

ଏହି କ୍ବାରେଣ୍ଟାଇନ ସେଣ୍ଟରରେ କିଛି ମଦ ବ୍ୟବସାୟୀ ଅନ୍ତେବାସୀ ମାନଙ୍କୁ ମଦ ଯୋଗାଉଥିବାର ଅଭିଯୋଗ ଆସିଥିଲା। ଏହାକୁ ପ୍ରତିବାଦ କରିଥିଲେ ସ୍ଥାନୀୟ ସରପଞ୍ଚ। କିନ୍ତୁ କିଛି ଅସାମାଜିକ ଲୋକ ସରପଞ୍ଚ  ଓ କିଛି କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ କରିଛନ୍ତି। ଯାହାକୁ ନେଇ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଟାୟାର ଜାଳି  ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୋଲସରା ଥାନା ଅଧିକାରୀ, ତହସିଲଦାର,ବିଡିଓ, ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ପୋଲିସ ସମ୍ପୃକ୍ତ ମଦ ଯୋଗାଉଥିବା ବ୍ୟକ୍ତିଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ଗ୍ରାମବାସୀ ମାନେ ପୋଲିସକୁ ଅଟକ ରଖିଥିଲେ ।  ପରେ ବୁଝୁସୁଝା  ଓ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବାର ପ୍ରତିଶୃତି ପରେ ଆନ୍ଦୋଳନ ହଟିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.