କରୋନା ହୋଇଛି ବୋଲି ମିଛି ଅପପ୍ରଚାର ଓ ଟାହି ଟାପରା ସହିପାରିଲେନି ଯୁବକ, ପାଣି ଟାଙ୍କିରେ ଚଢି କଲେ ଆତ୍ମହତ୍ୟା ଉଦ୍ୟମ

କେନ୍ୟୁଜ୍ (ବ୍ୟୁରୋ):  ପୁଣି ଏକ ଅପପ୍ରଚାର  ଓ ଟାହି ଟପରା ନେଇ ଯାଇଥାନ୍ତା ଜଣେ ଯୁବକର  ଜୀବନ। ମିଛିରେ ଗ୍ରମାବାସୀମାନେ ଜଣେ ଯୁବକକୁ  କରୋନା ହୋଇଛି ବୋଲି ଅପପ୍ରଚାର କରିଥିଲେ। ଯେଉଁ  କଥାକୁ  ସହ୍ୟ କରିପାରିନଥିଲେ ଯୁବକ ଜଣକ।  ଯାହା ଫଳରେ  ପାଣିଟାଙ୍କିରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ।  ଗ୍ରାମବାସୀ ଟାହିଟାପରା ପରେ ୧୨୦ ଫୁଟ ଉଚ୍ଚ ପାଣିଟାଙ୍କି ଉପରେ ଚଢି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ଯୁବକ। ପରେ ଅଗ୍ନିଶମବାହୀନି ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇଛି।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର କାଳିଦାସପୁର ଗାଁରେ। ସୋର ଥାନା କାନ୍ଥିଗଡ଼ିଆ ଗାଁର ଶିବ ମଳିକ କାଳିଦାସପୁରରେ ଟ୍ରାକ୍‌ଟର ଚଳାଉଥିଲେ। ଲକଡାଉନ ପରେ ସେ ଗାଁରୁ ପୁଣି ଟ୍ରାକ୍‌ଟର ଚଳାଇବାକୁ କାଳିଦାସପୁର ଆସିଥିବା ବେଳେ ତାଙ୍କୁ କରୋନା ହୋଇଥିବା ଗ୍ରାମବାସୀ ଟାହିଟାପରା କରିଥିଲେ। ଏହା ତାଙ୍କୁ ଅସହ୍ୟ ହେବା ପରେ ସେ ପାଣିଟାଙ୍କି ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସକାଳ ୭ଟାରୁ ପାଣିଟାଙ୍କି ଉପରେ ଚଢିଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ତାଙ୍କି ବୁଝାସୁଝା କରିବା ପରେ ଶିବଙ୍କୁ ତଳକୁ ଓହ୍ଲାଇଥିଲେ। ପରେ ତାଙ୍କୁ ତାଙ୍କ ଗାଁରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.