କାଠ ଫାଳିଆରେ ମାଡ଼ ମାରି ମା’ର ଅଣ୍ଟା ଭାଙ୍ଗିଦେଲା ପୁଅ, ଗ୍ରାମବାସୀ ନେଲେ ଡାକ୍ତରଖାନା

ଜଳେଶ୍ବର (କେ ନ୍ୟୁଜ୍‌) : ଜନ୍ମକଲା ପୁଅ ପାଲଟିଲା ରାକ୍ଷସ । ନିଜ ବୁଢୀ ମାକୁ କାଠଫାଳିଆରେ ଅତି ନୃଶଂସ ଭାବେ ପିଟି ପିଟି ଲହୁଲୁହାଣ କରି ଦେଇଛି । ପୁଅ ମାଡ଼ରେ ମା’ର ଅଣ୍ଟା ଭାଙ୍ଗି ଯାଇଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ । ଏହି ଗାଁର ଶାନ୍ତିଲତା ସାମନ୍ତରାୟଙ୍କ ଏକମାତ୍ର ପୁଅ ହେଉଛନ୍ତି କାର୍ତ୍ତିକ ସାମନ୍ତରାୟ । ଭାବିଥିଲେ ପୁଅକୁ ବାହା କରାଇ ବୋହୂ ଆଣିବା ପରେ ଭାରି ଖୁସିରେ ରହିବେ । ମାତ୍ର ପରିସ୍ଥିତି ହେଲା ଓଲଟା । ବୋହୂ ଏବଂ ପୁଅ ମିଶି ପ୍ରତିଦିନ ତାଙ୍କୁ ଗାଳିମନ୍ଦ ସହ ମାଡ ମାରନ୍ତି ।

ତେବେ ଆଜି ପୁଣି କୌଣସି କଥାକୁ ନେଇ ନିଜ ବୁଢୀ ମା ଶାନ୍ତିଲତାଙ୍କୁ ପୁଅ କାଠ ଫାଳିଆରେ ନିସ୍ତୁକ ମାଡ଼ ମାରିଛି । ଯାହା ଫଳରେ ମା’ ଶାନ୍ତିଲତାଙ୍କ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଅଣ୍ଟା ଭାଙ୍ଗି ଯିବା ସହ ସେ ଉଠି ପାରୁ ନାହାନ୍ତି । ଗ୍ରାମବାସୀମାନେ ଶାନ୍ତିଲତାଙ୍କୁ ଗୁରୁତର ଅବସ୍ଥାରେ ନେଇ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏନେଇ ଶାନ୍ତିଲତାଙ୍କ ଝିଅ ଜୟନ୍ତୀ ଭାଇ ନାଁରେ ବାଲିଆପାଳ ଥାନାରେ ଅଭିଯୋଗ କରିଛନ୍ତି । ବାଲିଆପାଳ ପୋଲିସ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.