Below header

ଘୋଡାରେ ୯ ବର୍ଷର ବାଳକର ଭୟଙ୍କର ଷ୍ଟଣ୍ଟ୍, ଭିଡିଓ ଦେଖିଲେ ଅଟକିଯିବ ନିଶ୍ବାସ

ସୋସିଆଲ୍ ମିଡିଆ ଜମାନା । ପ୍ରତିଦିନ କିଛି ନା କିଛି ଅଦ୍ଭୂଦ ଭିଡିଓ ଭାଇରାଲ୍ ହେଉଥିବାର ଆପଣମାନେ ଦେଖିଥିବେ । ଏବେ ସେମିତି ଚର୍ଚ୍ଚାରେ ଏକ ଭିଡିଓ । ଭିଡିଓଟି ବେଙ୍ଗାଲୁରୁ ନିକଟସ୍ଥ କେରୁର୍ ଗାଁର । ଭିଡିଓରେ ଥିବା ୯ ବର୍ଷର ପିଲାଟିର ସାହସ ଏବଂ ହିମତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବ୍ୟାକଗ୍ରାଉଣ୍ଡରେ ଲାଗିଛି ବାହୁବଲୀ ଗୀତ । ଆଉ ଘୋଡାରେ ବସି ଖୁବ୍ ତୀବ୍ର ଗତିରେ ଯାଉଛି ଏହି ୯ ବର୍ଷର ପିଲାଟି । ହେଲେ ତା ପରେ ଯାହା ଘଟୁଛି ତାହା ସବୁଠାରୁ ଭୟଙ୍କର ।

ଭିଡିଓରେ ଦେଖିବାକୁ ମିଳିଛି ଘୋଡାରେ ଯାଉଥିବା ପିଲାଟି ହଠାତ୍ ତଳେ ପଡିଯାଉଛି । ପଛରେ ଆସୁଥିବା ଏକ ବାଇକ୍ ଚକା ତଳେ ପିଲାଟିର ମୁଣ୍ଡ ଆସୁ ଆସୁ ବଂଚିଯାଉଛି । ତେବେ ଏହା ପରେ ଆପଣଙ୍କୁ ଲାଗୁଥିବ ଚିକିତ୍ସା ପାଇଁ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବ । କିନ୍ତୁ ସେମିତି କିଛି ହେଉ ନାହିଁ । ଏହା ପରେ ଭିଡିଓରେ ଯାହା ଦେଖିବାକୁ ମିଳୁଛି ସେଥିରୁ ଲାଗୁଛି ଯେ ପିଲାଟି ସତରେ ବାହୁବଳୀ ।

କୌଣସି ଫିଲ୍ମଠୁ କମ୍ ନଥିଲା ଭିଡିଓର ପରବର୍ତ୍ତି ସିନ୍ । ପଡିଗଲା ପରେ ସାଙ୍ଗେ ସାଙ୍ଗେ ଉଠି ଘୋଡାକୁ ଧରିବା ପାଇଁ ଜୋରରେ ପଛରେ ଦୌଡୁଛି । ଏହା ପରେ ଏକ ବାଇକ ପଛରେ ବସିଯାଉଛି । ବାଇକ୍ ଟି ଯେମିତି ଘୋଡା ସାଇଡରେ ପହଂଚୁଛି ପିଲାଟି ସାଙ୍ଗେ ବାଇକରୁ ଡେଇଁ ଘୋଡା ପିଠିରେ ବସି ଯାଉଛି । ଏହି ଦୃଶ୍ୟକୁ ଦେଖିଲା ବେଳେ ଲାଗୁଛି ଯେମିତି ପିଲାଟି ପାଇଁ ସବୁଠାରୁ ଜରୁରୀ ରେସରେ ଜିତିବା ।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.