Below header

ହାଉସ୍‌ମେଡ୍‌ଙ୍କ ଭିଜିଟିଙ୍ଗ୍‌ କାର୍ଡ ହେଲା ଭାଇରାଲ, କାମ ପାଇଁ ଆସୁଛି ଅଫର ପରେ ଅଫର

ଭିଜିଟିଙ୍ଗ୍‌ କାର୍ଡ ମାଧ୍ୟମରେ କାମ କରିବାକୁ ଇଚ୍ଛା ରଖିଥିବା ଏହି ମହିଳା ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଛାଇଯାଇଛନ୍ତି। ମହିଳାଙ୍କ ନାଁ ଗୀତା କାଲେ। ଗୀତା ଅନ୍ୟ ଘରେ ମେଡ୍‌ କାମ କରିଥାଆନ୍ତି। ପୁନେର ବାବ୍‌ଧନ ଅଞ୍ଚଳରେ ଘରୋଇ କାମ କରୁଥିବା ଗୀତାଙ୍କର ଚାକିରି ଚାଲିଯାଇଥିଲା। ଚାକିରି ଯିବା ପରେ ସେ ବହୁତ ଦୁଃଖି ଏବଂ ଉଦାସ ରହୁଥିଲେ। ଏ ନେଇ ଗୀତା ଜଣେ ମହିଳାଙ୍କୁ ଜଣାଇଥିଲେ। ଆଉ ମହିଳାଙ୍କର ଏକ ଛୋଟିଆ ସାହାଯ୍ୟରୁ ଗୀତା ଏବେ ପୂରା ଦେଶରେ ଚର୍ଚ୍ଚିତ ଚେହେରା ବନିଯାଇଛନ୍ତି।

ଏହାସହ ପଢ଼ନ୍ତୁ: ନିଜ କ୍ଲିନିକରେ ରୋଗୀଙ୍କୁ ଯୌନ ଉତ୍ପୀଡ଼ନ କରୁଥିଲେ ଏହି ଡାକ୍ତର, ଜାଣନ୍ତୁ ତାଙ୍କ କଳା କାରନାମା

ଗଣମାଧ୍ୟମର ଖବର ମୁତାବକ, ଧନଶ୍ରୀ ସିନ୍ଧେ ନାମ୍ନୀ ମହିଳା ଗୀତାଙ୍କ ଭିଜିଟିଙ୍ଗ୍‌ କାର୍ଡ ବନାଇଛନ୍ତି। ଗୀତା ତାଙ୍କ ଘରେ କାମ କରନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଜିଟିଙ୍ଗ୍‌ କାର୍ଡରେ ଲେଖାଯାଇଛି, ‘ଘର କାମ ମାଉସୀ ଇନ୍‌ ବାବ୍‌ଧନ’। କାର୍ଡରେ ତାଙ୍କର ସମସ୍ତ କାମ ବିଷୟରେ ଲେଖାଯାଇଥିବା ବେଳେ ସବୁ କାମର ରେଟ୍‌ ମଧ୍ୟ ଉଲ୍ଲେଖ ରହିଛି। ଏହି ଭିଜିଟିଙ୍ଗ୍‌ କାର୍ଡ ଆଧାର କାର୍ଡ ସହ ଭେରିଫାଏଡ୍‌ ହୋଇଛି। ଗୀତାଙ୍କ ଚାକିରି ଚାଲିଯିବା ଖବର ଜାଣିବା ପରେ ଧନଶ୍ରୀ ଏହି କାର୍ଡ ବନାଇଥିଲେ।

ଏହାସହ ପଢ଼ନ୍ତୁ: ନିଜ କାର ପଛପଟେ କୁକୁରକୁ ବାନ୍ଧି ଏପରି ଘେଷାଡି ଘୋଷାଡି ନେଲେ ବ୍ୟକ୍ତି, ଯାହାର ଭିଡିଓ ଦେଖିଲେ ଥରି ଉଠିବ ଛାତି

visiting2

୪୨ ଘଣ୍ଟା ଭିତରେ ଧନଶ୍ରୀ ୧୦୦ଟି ଭିଜିଟିଙ୍ଗ୍‌ କାର୍ଡ ବନେଇ ଦେଇଥିଲେ। ଏହାପରେ ସମସ୍ତ କାର୍ଡ ଗୀତାଙ୍କୁ ଦେଇ ପଡ଼ୋଶୀଙ୍କୁ ବାଣ୍ଟିଦେବାକୁ କହିଥିଲେ। ଏବେ ଗୀତାଙ୍କ ଭିଡିଜିଙ୍ଗ୍‌ କାର୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିଭିନ୍ନ ଆଡ଼ୁ କଲ୍‌ ଆସୁଥିବା ବେଳେ ଲୋକେ ତାଙ୍କୁ କାମ ଦେବାକୁ ଚାହୁଁଛନ୍ତି। କହିବାକୁ ଗଲେ, ଗୀତାଙ୍କୁ ଏବେ ପୂରା ଦେଶ କାମ ଦେବାକୁ ଚାହୁଁଛି।

ଏହାସହ ପଢ଼ନ୍ତୁ: ନଦୀକୁ ଡେଇଁ ପଡ଼ିଲା ବାଘ, ଉଦ୍ଧାର କରିବାକୁ ସବୁ ଚେଷ୍ଟା ବିଫଳ

ଅପରପକ୍ଷେ ଗୀତା ନିଜ ଫୋନ୍‌କୁ ଧନଶ୍ରୀ ସିନ୍ଧେଙ୍କୁ ଦେଇଦେଇଛନ୍ତି। କାରଣ, ଲଗାତାର ଆସୁଥିବା ଫୋନ୍‌ କଲ୍‌କୁ ସେ ଯେପରି ହ୍ୟାଣ୍ଡେଲ କରିପାରନ୍ତୁ। କିନ୍ତୁ ଗୀତାଙ୍କ କାର୍ଡ ଭାଇରାଲ ହେବା ପରେ ସେ ଧନଶ୍ରୀଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏ ପଯ୍ୟର୍ନ୍ତ ତାଙ୍କ ଫୋନ୍‌ ବନ୍ଦ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.