ଭୁବନେଶ୍ବର: ଯୁବକଙ୍କୁ ଅପହରଣ କଲେ ଗଞ୍ଜେଇ ବେପାରୀ, ଇନଫୋସିଟି  ପୋଲିସ କଲା ଗିରଫ

ଭୁବାନେଶ୍ବର(କେନ୍ୟୁଜ୍):  ଗତ ବୁଧବାର  ଦିନ ସୁନିଲ ମହାନ୍ତି ନାମକ ଜଣେ  ଯୁବକ ନିଜ ସ୍କର୍ପିଓ ଗାଡିରେ ନିଜ ଘର ନୟାଗଡ଼କୁ ଫେରୁଥିବା ବେଳେ ଇନଫୋସିଟି ଅଞ୍ଚଳରୁ ଅପହରଣ କରିନେଲେ କିଛି ଦୁର୍ବୃତ୍ତ । ଆଉ ସୁନିଲଙ୍କ ବାପାଙ୍କୁ ଫୋନ ଯୋଗେ ସୁନିଲଙ୍କ ମୁକ୍ତିପାଇଁ ୩ଲକ୍ଷ ଟଙ୍କା ଦାବି କରିଥିଲେ। ଏନେଇ ସୁନିଲଙ୍କ ପରିବାର ଲୋକେ ଇନଫୋସିଟି  ଥାନାର ଦ୍ବାରସ୍ଥ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ତିନ ଜଣକଙ୍କୁ ଅଟକ ରଖିଥିଲା।

ସେମାନଙ୍କୁ  ପଚରାଉଚରା କରିବା ପରେ ପୋଲିସ ହାତରେ ଲାଗିଲା  ସବୁ ପ୍ରମାଣ।  ଅପହରଣର ମାଷ୍ଟର ମାଇଣ୍ଡ ସାକିଲ ଖାନକୁ ଅଧିକ ପଚରାଉଚରା କରି ତଥ୍ୟ ସଂଗ୍ରହ କରିଥିଲା। ପୋଲିସର  କହିବା ମୁତାବକ   ସାକିଲ କିଛି ବର୍ଷ ପୂର୍ବରୁ କଟକ ମାହାଙ୍ଗାରେ ଗଞ୍ଜେଇ ବେପାରରେ କରି ଆସୁଛି । ନୟାଗଡର ଜଣେ ଗଞ୍ଜେଇ ବେପାରୀ ଠାରୁ ଗଞ୍ଜେଇ ଡେଲିଭରି ପାଇଁ ସାକିଲ ୨.୮ ଲକ୍ଷ ଟଙ୍କା ଦେଇଥିଲା। ଆଉ ଟଙ୍କା ଲେଣ ଦେଣ ବେଳେ ସୁନିଲ ସେଠାରେ ଉପସ୍ଥିତ ଥିଲା । କିନ୍ତୁ କିଛି ଦିନ ବିତିଯାଇଥିବା ପରେ ମଧ୍ୟ ସାକିଲ ନା ଗଞ୍ଜେଇର ଡେଲିଭରି ପାଇଲା ନା ଗଞ୍ଜେଇ ବେପାରୀ ଟଙ୍କା ଫେରାଇଲା। ଏହି କାରଣରୁ ସୁନିଲଙ୍କୁ ଟାର୍ଗେଟ କରି ସାକିଲ ଅପହରଣର କରିଥିଲା ଓ  ପରିବାର ଲୋକଙ୍କଠାରୁ ୩ ଲକ୍ଷ ଟଙ୍କା ଦାବି କରିଥିଲା । ଏହି ଘଟଣାରେ ପୋଲିସ ସକିଲ ଓ ତାର ତିନି ସହଯୋଗୀଙ୍କୁ  ଗିରଫ କରି କୋର୍ଟ  ଚାଲଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.