Below header

ତିନି ବର୍ଷ ଲାଗିଥିଲା ନିର୍ମାଣ କରିବାକୁ, ୧୨ ସେକେଣ୍ଡରେ ମାଟିରେ ମିଶିବ ବିରାଟ ଅଟ୍ଟାଳିକା

କେନ୍ୟୁଜ୍(ବ୍ୟୁରୋ):ମୁହୂର୍ତ୍ତକ ମଧ୍ୟରେ ମାଟିରେ ମିଶିବ ୪୦ ମହଲା କୋଠା । ୧୨ ସେକେଣ୍ଡରେ ମାଟିରେ ମିଶିବ ବିରାଟ ଅଟ୍ଟାଳିକା । ରବିବାର ଦିନ ୨ଟା ୩୦ରେ ଭାଙ୍ଗିବ ନଏଡାର ବିଶାଳ ଟ୍ଵିନ୍‌ ଟାଓ୍ଵାର । ୧୦୦ ମିଟରର ଏହି ବିଲଡିଂ ବେଆଇନ କୋଠାକୁ ଭାଙ୍ଗିବା ପାଇଁ ବ୍ୟବହାର ହେବ ୩ ହଜାର ୫୦୦ କେଜି ବିସ୍ଫୋରକ ।

ଅନ୍ୟ କୋଠା ଉପରେ ଯେମିତି ଏହାର ପ୍ରଭାବ ନ ପଡ଼ିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ୫୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ତିନି ବର୍ଷ ଲାଗିଥିଲା ଏହି ବିଲଡିଂ ନିର୍ମାଣ କରିବାକୁ । ହେଲେ ମାତ୍ର ୧୨ ସେକେଣ୍ଡରେ ମାଟିରେ ମିଶିବ ସୁପରଟେକ୍‌ ଟ୍ଵିନ ଟାଓ୍ଵାର୍‌ । ବେଆଇନ ଭାବେ ନିର୍ମାଣ କାମ ହୋଇଥିବାରୁ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.