Below header

ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁନାହିଁ ଏହି କାମ, ହସଖୁସିର ଜୀବନରେ ଆସିଯିବ ଝଡ

ମଙ୍ଗଳବାର ହେଉଛି ହନୁମାନ ଏବଂ ମଙ୍ଗଳଦେବଙ୍କ ଦିନ। ମଙ୍ଗଳବାରରେ ହନୁମାନଙ୍କ ପୂଜା କରାଯାଏ। ମାନ୍ୟତା ରହିଛି ଯେ ଏହି ଦିନ ବିଧି-ବିଧାନରେ ପୂଜା କରିବା ଦ୍ୱାରା ହନୁମାନ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜ ଭକ୍ତର ସମସ୍ତ ସଂକଟକୁ ଦୂର କରିଦିଅନ୍ତି। ପ୍ରତ୍ୟେକଦିନ ମଣିଷ କିଛି ଏମିତି କାମ କରିଦିଅନ୍ତି, ଯାହାର ଅଶୁଭ ପ୍ରଭାବ ତାଙ୍କ ଜୀବନ ଉପରେ ପଡିଥାଏ। ଜ୍ୟେତିଷ ଅନୁସାରେ ମଙ୍ଗଳବାର ଦିନ କିଛି ଏମିତି କାମ ରହିଥାଏ, ଯାହାକୁ କରିବା ଆଦୌ ବି ଉଚିତ ନୁହେଁ। ଯଦି ଆପଣ ଏହି କାମ କରନ୍ତି ତାହେଲେ ଆପଣଙ୍କ ହସ ଖୁସିର ଜୀବନରେ ସଂକଟ ଆସିଯାଇପାରେ। ତାହେଲେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ କାମକୁ କରିବା ଅଶୁଭ ହୋଇଥାଏ।

ମଙ୍ଗଳବାର ଦିନ ଘିଅ ଏବଂ ଲୁଣ ଖାଇବା ଅନୁଚିତ। ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ ଏବଂ ସବୁ କାମରେ ବାଧା ଆସିଥାଏ।

ମଙ୍ଗଳବାର ସମ୍ଭୋଗ ପାଇଁ ଖରାପ ଦିନ ସାବ୍ୟସ୍ତ ହୋଇଥାଏ। ଏହ ଦିନ ସମ୍ଭୋଗ କରିବା ଠାରୁ ଦୂରେଇ ରହିବା ଉଚିତ।

ପଶ୍ଚିମ, ବାୟବ୍ୟ ଏବଂ ଉତ୍ତର ଦିଗରେ ଏହି ଦିନ ଯାତ୍ରା ବର୍ଜିତ।

ମଙ୍ଗଳବାରରେ ମାଂସ, ମାଛ କିମ୍ବା ଅଣ୍ଡା ଖାଇବା ସବୁଠାରୁ ଖରାପ ହୋଇଥାଏ। ଫଳସ୍ୱରୂପ ଆପଣଙ୍କ ଜୀବନରେ ଝଡ ଆସିପାରେ।

ମଙ୍ଗଳବାର ଦିନ ଧାର କରଜ ନେବା ଠାରୁ ଦୂରେଇ ରୁହନ୍ତୁ। ମଙ୍ଗଳବାର ଦିନ ଧନର ନେଣଦେଣ ଅଶୁଭ ବୋଲି ଧରାଯାଏ। ଏହି ଦିନ ଋଣ ନେଲେ ସୁଝିବାକୁ ମୁସକିଲ ହୋଇଥାଏ। ଏବଂ ଦେଇଥିବା ଧନକୁ ଫେରିପାଇବା ମଧ୍ୟ କଠିନ ହୋଇଯାଏ।

ମଙ୍ଗଳବାରରେ କଳା ବସ୍ତ୍ର ପରିଧାନ କରିବା ଅନୁଚିତ। ଏହାଦ୍ୱାରା ଶନିଙ୍କ ପ୍ରଭାବ ବଢ଼ିଥାଏ। ଶନିଙ୍କ ସହିତ ମଙ୍ଗଳର ସଂଯୋଗକୁ ବହୁତ ଅଧିକ ଅଶୁଭ ଏବଂ କଷ୍ଟଦାୟକ ଧରାଯାଏ। ଏହାଦ୍ୱାରା ମାନସିକ ଏବଂ ଶାରୀରିକ କଷ୍ଟ ବୃଦ୍ଧି ପାଇଥାଏ।

ମଙ୍ଗଳବାର ଦିନ କୌଣସି ଧାରୁଆ ଜିନିଷ ଯେମିତିକି ଛୁରୀ, କଇଁଚି ଆଦିକୁ ନା କିଣନ୍ତୁ ନା କାହାକୁ ଦିଅନ୍ତୁ। ମଙ୍ଗଳଙ୍କୁ ଜ୍ୟୋତିଷରେ ରକ୍ତ ଏବଂ ଯୁଦ୍ଧର କାରଣ ବୋଲି କୁହାଯାଏ। ଧାରୁଆ ଜିନିେ କ୍ରୟ କରିବା ଦ୍ୱାରା ପରିବାରରେ କଳହ ବୃଦ୍ଧି ପାଇଥାଏ।

ମଙ୍ଗଳବାର ଦିନ ନିବେଶ କରିବା ଶୁଭ ନୁହେଁ । ତେଣୁ ଭଲ ହେବ ଆପଣ ନୂଆ ପୁଞ୍ଜି ନିବେଶ ମଙ୍ଗଳବାର ବଦଳରେ ବୁଧବାର କରନ୍ତୁ। ମାନ୍ୟତା ରହିଛି ଯେ ମଙ୍ଗଳବାର ଦିନ ନିବେଶର ଆରମ୍ଭ କରିବା ଦ୍ୱାରା କୌଣସି କାରଣରୁ ଯୋଜାନା ସଫଳ ହୋଇନଥାଏ ଏବଂ ଧନ ମଧ୍ୟ କ୍ଷତି ହୋଇଥାଏ।

ମଙ୍ଗଳବାର ଦିନ ଭାଇ କିମ୍ବା ମିତ୍ରଙ୍କ ସହିତ କେବେବି ବିବା କରନ୍ତୁ ନାହିଁ।

ମଙ୍ଗଳବାର କୌଣସି ପ୍ରକାରର କ୍ରୋଧ କରନ୍ତୁ ନାହିଁ ଏବଂ ଗୃହ କଳହ ଠାରୁ ଦୂରେଇ ରୁହନ୍ତୁ।

ମଙ୍ଗଳବାର ଦିନ ଚୁଟି କାଟିବା କିମ୍ବା ସେଭିଙ୍ଗ ହେବା ଅନୁଚିତ। ଏହାସହିତ ନଖ କାଟିବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ମାନ୍ୟତା ରହିଛି ଯେ ଏହାର ପ୍ରଭାବ ଆପଣଙ୍କ ମସ୍ତିଷ୍କ ଉପରେ ପଡିଥାଏ। ଏହାଦ୍ୱାରା ଧନ ଏବଂ ବୁଦ୍ଧି ହାନି ହୋଇଥାଏ। ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ଦିନ ଚୁଟି କାଟିବା ଦ୍ୱାରା ବୟସ ଆଠ ମାସ୍‌ କମ୍‌ ହୋଇଯାଏ।

ମଙ୍ଗଳବାର ଦିନ ଶୁକ୍ର ଏବଂ ଶନିଙ୍କ ସମ୍ଭନ୍ଧୀତ କୌଣସି କାମ କରନ୍ତୁ ନାହିଁ।

ମଙ୍ଗଳବାର ଦିନ ଶୁକ୍ର ଏବଂ ଶନିଙ୍କ ସମ୍ବନ୍ଧୀତ ବସ୍ତ୍ର ପିନ୍ଧନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.