ଦିଲ୍ଲୀ ହିଂସାକାଣ୍ଡ କୁନି ଝିଅଟିର ମନକୁ ଖୁବ୍‌ କଷ୍ଟ ଦେଇଛି, ଦେଖନ୍ତୁ ଭିଡିଓ ସେ କିଭଳି ନିବେଦନ କରିଛି ସମସ୍ତଙ୍କୁ, ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ଓ ଏନ୍‌ଆରସିକୁ ବିରୋଧ କରି ଯେଉଁ ହିଂସାକାଣ୍ଡ ଘଟି ଚାଲିଛି ସେଥିରେ ସମସ୍ତେ ମର୍ମାହତ । ଏଥିରେ କେବଳ କୌଣସି ଗୋଟିଏ ସମ୍ପ୍ରଦାୟ ନୁହେଁ, ବିଭିନ୍ନ ସମ୍ପ୍ରଦାୟର ଲୋକେ ପ୍ରଭାବିତ ହୋଇଛନ୍ତି । ଲୋକେ କରିଛନ୍ତି, କାହାର ଘର ଜଳିଛି ତ କିଏ ଆହତ ହୋଇଛି । ଏହା ପଛର କାରଣ ଯାହା ଥାଏ ନା କାହିଁକି ଏଥିରେ କଷ୍ଟ ପାଉଛନ୍ତି ନିରୀହ ସାଧାରଣ ଲୋକେ । ତେବେ ଏଥିରେ ଅତ୍ୟନ୍ତ ବ୍ୟଥିତ ହୋଇଥିବା, ଘଟଣା ସବୁ ଜାଣି ଖୁବ୍‌ ମର୍ମାହତ ହୋଇଥିବା ଜଣେ ଛୋଟ ଝିଅର ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁଥିରେ ଝିଅଟି ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ଲାଗି ନିବେଦନ କରିଛି । ଭିଡିଓ ଟି ଏତେ ମର୍ମସ୍ପର୍ଶୀ ହୋଇଛି ଯେ ଆପଣ ଥରେ ଦେଖିଲେ ଆପଣଙ୍କ ଭିତରେ ଥିବା ମାନବିକତା ଜାଗି ଉଠିବ । ଆପଣ ବି କହିବେ ସତରେ ଏ ହିଂସାକାଣ୍ଡ, ଦଙ୍ଗା, ବିବାଦ, ଝଗଡ଼ା କଣ ପାଇଁ ?

ଥରେ ଦେଖି ନିଅନ୍ତୁ ଏହି ଭିଡିଓ…

https://www.facebook.com/100014835514496/videos/822006554970521/?t=103

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.