Below header

କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ ଜାରି, ୧୦ ପରାମର୍ଶଦାତା ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ ଜାରି ରହିଛି। ଫାଇଟି ଅଂଶ ବିଶେଷ ଭାବେ, ଏହି ପ୍ରକ୍ରିୟାରେ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ୧୦ ଜଣ ବିଶିଷ୍ଟ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି। ସେଥିରେ ଅଛନ୍ତି ପଦ୍ମଭୂଷଣ ଡ.ରମାକାନ୍ତ ପଣ୍ଡା, ପଦ୍ମଭୂଷଣ ଡ. ଦେବୀ ସେଟ୍ଟି, ପଦ୍ମଶ୍ରୀ ଡ.ସୁବ୍ରତ ଆଚାର୍ଯ୍ୟ ଏବଂ ପଦ୍ମଶ୍ରୀ ଡ. ମୁକୁଟ ମିଞ୍ଜ। ଏହାସହ ପଦ୍ମଭୂଷଣ ଡ. ଶ୍ରୀକାନ୍ତ ରେଡ୍ଡି, ପଦ୍ମଶ୍ରୀ ପ୍ରଫେସର ଡ.ଦିଗମ୍ବର ବେହେରା, ପଦ୍ମଶ୍ରୀ ଡ. ରଞ୍ଜନ ବଡୱେ, ଡ. ଜଗତ ନରୁଲା, ଡ. ଜି ଏନ୍‌ ରାଓ ଓ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏସସିବି ହସ୍ପିଟାଲ ଓ ମେଡିକାଲକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିବର୍ତ୍ତନ କରିବା ଦିଗରେ ପରାମର୍ଶ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.