ଇରାନରେ ବଡ଼ ଦୁର୍ଘଟଣା! Excavator ସହ ଧକ୍କା ହୋଇ ଓଲଟିଲା ଟ୍ରେନର ୪ ବଗି; ୧୩ ମୃତ
ପୂର୍ବ ଇରାନରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ରିପୋର୍ଟ ମୁତାବକ, ଏହି ଟ୍ରେନ ଦୁର୍ଘଟଣାରେ ଆହତ ଓ ମୃତକଙ୍କ ସଂଖ୍ୟା ବଢ଼ିପାରେ।
ତବାସ୍ ନିକଟରେ ଆଜି ସକାଳେ ଟ୍ରେନ ଏକ Excavator ସହ ଧକ୍କା ହୋଇ ଲାଇନଚ୍ୟୁତ ହୋଇଥିଲା। ଯାହାଫଳରେ ଟ୍ରେନର ୪ଟି ବଗି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ସହ ଆମ୍ବୁଲାନ୍ସ ଏବଂ ୩ ହେଲିକାପ୍ଟର ମୁତୟନ ଅଛନ୍ତି। ଏହି ଦୁର୍ଘଟଣା ତବାସ୍ଠାରୁ ପାଖାପାଖି ୫୦ କିଲୋମିଟର ଦୂରରେ ଘଟିଛି, ଯାହାକି ରାଜଧାନୀ ତେହରାନଠାରୁ ୫୫୦ କିଲୋମିଟର ଦୂରରେ ଅବସ୍ଥିତ। ତେବେ ଦୁର୍ଘଟଣା ନେଇ ଅଧିକ ଯାଞ୍ଚ ଜାରି ରହିଛି।
ସୂଚନାଥାଉ କି, ଏଥି ପୂର୍ବରୁ ୨୦୧୬ରେ ମଧ୍ୟ ଏକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ଶତାଧିକ ଲୋକ ଆହତ ହୋଇଥିଲେ। କହି ରଖୁଛୁ, ଇରାନ ଜାତୀୟ ରାଜପଥରେ ପ୍ରତ୍ୟେକ ବର୍ଷ ବିଭିନ୍ନ ଦୁର୍ଘଟଣାରେ ପାଖାପାଖି ୧୭ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି।