ଗଙ୍ଗା ଦଶହରା ଦିନ ମିଳିବ କରଜରୁ ମୁକ୍ତି, ଉନ୍ନତି ଏବଂ ଧନ ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ
ହିନ୍ଦୁ ଧର୍ମରେ ଗଙ୍ଗାଜଳ ବହୁତ ପବିତ୍ର ହୋଇଥାଏ। କୌଣସି ଶୁଭ କାମ ହେଲେ ଗଙ୍ଗାଜଳର ପ୍ରୟୋଗ କରାଯାଏ। ତେଣୁ ଗଙ୍ଗା ଦଶହରା ବହୁତ ଧୁମଧାମରେ ପାଳନ କରାଯାଏ। ଚଳିତବର୍ଷ ଗଙ୍ଗା ଦଶହରା ଆସନ୍ତାକାଲି ପାଳନ କରାଯିବ। ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଦଶମୀ ତିଥିକୁ ମା’ ଗଙ୍ଗା ହସ୍ତ ନକ୍ଷତ୍ର ପୃଥ୍ଵବୀ ପୃଷ୍ଠକୁ ଅବତରଣ କରିଥିଲେ।
ଗଙ୍ଗା ଦଶହରା ଦିନ ଲୋକ ଗଙ୍ଗାନଦୀରେ ସ୍ନାନ କରିବା ପରେ ଦାନ କରନ୍ତୁ। ଏହିଦିନ ଗଙ୍ଗା ନଦୀରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତିର ୧୦ଟି ପାପ ଧୋଇଯାଏ। ଏହି ଦିନ କିଛି ଖାସ୍ ଉପାୟ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଯାଏ।
ଚାକିରି ଜନିତ ସମସ୍ୟା ପାଇଁ କରନ୍ତୁ ଏହି ଉପାୟ:
ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଚାକରି ଏବଂ ବେପାରରେ ବାଧା ଆସୁଥିଲେ ଗଙ୍ଗା ଦଶହରା ଦିନ ଏକ ମାଟିର କଳସ ନେଇ ସେଥିରେ କିଛି ଗଙ୍ଗା ଜଳ ପକାଇ ଅଳ୍ପ ଚିନି ରଖନ୍ତୁ। ଏବେ କଳସରେ ପାଣି ଭରି କୌଣସି ଗରିବ ଲୋକ କିମ୍ବା ଆବଶ୍ୟକତା ଥିବା ଲୋକଙ୍କୁ ଦାନ କରନ୍ତୁ। ମାନ୍ୟତା ଅନୁଯାୟୀ ଏପରି କରିବା ସବୁ ବାଧା ଦୂର ହେବ।
ଧନ ପ୍ରାପ୍ତି ପାଇଁ ଉପାୟ :
ଗଙ୍ଗା ଦଶହରା ଦିନ ସ୍ନାନ କରିବା ପରେ ମନ୍ଦିର ଯାଇ ଶିବଲିଙ୍ଗରେ ଗଙ୍ଗା ଜଳରେ ଅଭିଷେକ କରନ୍ତୁ ଆଉ ଅଳ୍ପ ଜଳ ରଖି ତାକୁ ଘରେ ଛିଞ୍ଚନ୍ତୁ। ଏପରି କରିବା ଦ୍ୱାରା ନକାରାତ୍ମକତା ଦୂର ହେବ। ଏହା ସହିତ ଧନ ଆଗମନ ହେବାର ରାସ୍ତା ଖୋଲିଯାଏ।
କରଜରୁ ମୁକ୍ତି ପାଇଁ ଉପାୟ :
କରଜରୁ ମୁକ୍ତି ପାଇଁ ଗଙ୍ଗା ଦଶହରା ଦିନ ନିଜ ଲମ୍ବାର ଏକ କଳା ସୂତା ନେଇ ତାକୁ ନଡିଆ ତେଲର ବୁଡାଇ ଶିବଲିଙ୍ଗ ଆଗରେ ରଖନ୍ତୁ। ଏହା ପରେ ନିଜ ସମସ୍ୟା ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ। ସନ୍ଧ୍ୟାରେ ଏହାକୁ ନେଇ ଜଳରେ ପ୍ରବାହିତ କରିଦିଅନ୍ତୁ। ଏହାକୁ ବିସର୍ଜନ କରିବା ପରେ ପଛକୁ ଫେରି ଚାହାନ୍ତୁ ନାହିଁ। ଏମିତି କଲେ ସମସ୍ୟାରୁ ମୁକ୍ତି ମିଳିପାରିବ।