ମୋହନା: ବାହାଡ଼ା ପଦା ଓ ବିଜିପୁର ଗାଁରେ ସରକାରୀ ଜମି ବିବାଦରୁ ଗୋଷ୍ଠୀ ସଂଘର୍ଷ, ୧୪୪ ଧାରା ଜାରି

ମୋହନା (କେନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ଥାନାର ବାହାଡ଼ା ପଦା ଓ ବିଜିପୁର ଗାଁରେ ସରକାରୀ ଜମି ବିବାଦରୁ ଗୋଷ୍ଠୀ ସଂଘର୍ଷ ପରେ ୧୪୪ ଧାରା ଜାରି କରାଯାଇଛି । ଶାନ୍ତି ଫେରାଇ ଆଣିବା ପାଇଁ ଶାନ୍ତି କମିଟି ଗଠନ କରାଯାଇଛି । ଏହି ସଂଘର୍ଷରେ ଦୁଇ ଗାଁର ୨୨ଜଣ ଆହତ ହୋଇଥିଲେ ।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ମୋହନା ତହସିଲଦାର କିଶୋର ଚନ୍ଦ୍ର ରଥ, ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଦୁଇ ଗାଁ ମଧ୍ୟରେ ଥିବା ବିବାଦୀୟ ୫୯ ଏକର ଜମିରେ ନାଲି ପତାକା ପୋତିଛନ୍ତି l ଏହା ସହ ସେଠାରେ ୧୪୪ ଧରା ଜାରି କରାଯାଇଛି । ତେବେ ସଂଘର୍ଷ ଘଟଣାରେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.