Below header

ନିଜର ଜନ୍ମକଲା ମା’କୁ ନେଇ ମଶାଣିରେ ଏପରି କାମ କଲା ପୁଅ, ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ମା’ ଏହି ଶବ୍ଦର କୌଣସି ତୁଳନା ନାହିଁ। ଯେତେ ବି ଦୁଃଖ, କଷ୍ଟ ଆସୁ ସବୁ ସହି କେବେ ବି ନିଜର ସନ୍ତାନକୁ କୌଣସି ଅସୁବିଧାରେ ରଖେ ନାହିଁ। ତା’ର ସବୁ ଅଳି ଅଝଟକୁ ପୂରଣ କରେ। କିନ୍ତୁ କେବେ ବି ନିଜ ସମର୍ପଣ ଏବଂ ବଳିଦାନର ଅର୍ଥ ଜାହିର କରେନାହିଁ। କିନ୍ତୁ କେବେ ଆପଣ ଭାବିଛନ୍ତି କି, ଏହି ମା’କୁ ବେଳେ ବେଳେ ଅନେକ ଲୋକେ ଏପରି କଷ୍ଟ ଦେଇଥାନ୍ତି, ଯାହା ବିଷୟରେ ଶୁଣିଲେ ମଧ୍ୟ ଲୋକ ଟାଙ୍କୁରୀ ଉଠିଥାଏ।

mi

କିନ୍ତୁ ଚୀନରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ବିଷୟରେ ଶୁଣିଲେ ଆପଣଙ୍କ ଦେହ ଶିହରି ଉଠିବ। ଘଟଣା ମୁତାବକ, ଉତ୍ତର ଚୀନର ଜଣେ ବ୍ୟକ୍ତି ଏକ ପରିତ୍ୟକ୍ତ ମଶାଣିରେ ଜିଅନ୍ତା ପୋତି ପକାଇଥିବା ବେଳେ ତାଙ୍କ ବୁଢ଼ୀ ମାଆଙ୍କୁ ତିନି ଦିନ ପରେ ମଧ୍ୟ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ହାଲୁକା କରି ମାଟି ଘୋଡ଼ାଯାଇଥିବା ଗାତ ମଧ୍ୟରୁ ତାଙ୍କୁ ଗଭୀର ମାନସିକ ଆଘାତପ୍ରାପ୍ତ ଅବସ୍ଥାରେ ମହିଳାଙ୍କୁ କଢ଼ା ଯାଇଛି। ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନରହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି।

ବୃଦ୍ଧାଜଣକ ଆଶିଂକ ପକ୍ଷାଘାତରେ ଆକ୍ରାନ୍ତଥିବାରୁ ପୁଅ ତା’ର ଯତ୍ନ ନେଇ ବିରକ୍ତ ହୋଇଯାଇଥିଲା। ତେଣୁ ବିରକ୍ତି ହୋଇ ଏପରି କାଣ୍ଡ କରିଥିଲା।

police

ପୁଲିସକୁ ମିଳିଥିବା ସୂଚନା ଅନୁସାରେ, ମେ ୨ ତାରିଖ ଦିନ ସେହି ବ୍ୟକ୍ତି ମା’ଙ୍କୁ ଏକ ଠେଲାଗାଡ଼ିରେ ବାହାରକୁ ନେଇ ଯାଇଥିଲେ। କିନ୍ତୁ, ତିନି ଦିନ ପରେ ଘରକୁ ନ ଫେରିବାରୁ ପୁଲିସକୁ ଖବର ଦିଆଯାଇଥିଲା। ଫଳରେ ସ୍ବାମୀଙ୍କୁ ଶାନ୍ଜି ପ୍ରଦେଶର ଜିଙ୍ଗ୍ବିୟାଙ୍ଗ୍ କାଉଣ୍ଟିରେ ଅଟକ ରଖାଯାଇଥିଲା। ଉଦ୍ଧାରକାରୀମାନେ କହିଛନ୍ତି, ଏତେ ଦୁର୍ଦ୍ଦଶା ଭୋଗିବା ପରେ ବି ଗାତରୁ ବାହାରିବା ପରେ ବୃଦ୍ଧାଜଣକ କ୍ଷୀଣ କଣ୍ଠରେ ସାହାଯ୍ୟ ପାଇଁ ଆକୁଳ ନିବଦେନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.