ଅଚାନକ ବଦଳି ଯାଇଛି ଓଡିଶାର ରଙ୍ଗ: ୭ ଦିନରେ ୮୩ ନୂଆ ଆକ୍ରାନ୍ତ, କେବଳ ୫ ଜିଲ୍ଲାରେ ୨୪୦ ପଜିଟିଭ୍ ଚିହ୍ନଟ

ଗଞ୍ଜାମ: ଚିନ୍ତା ବଢାଉଛି ଗଞ୍ଜାମ । ଗତ ସାତ ଦିନ ମଧ୍ୟରେ ୮୩ ଟି ମାମଲା ଆସିଛି । ମୋଟ ସଂକ୍ରମିତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ପ୍ରତିଶତ । ଏପଟେ ଅଚାନକ ବଦଳି ଯାଇଛି ଚିତ୍ର ଓ ରଙ୍ଗ । ଗତ ୧୦ ଦିନ ଅର୍ଥାତ ଏପ୍ରିଲ ୨୯ ତାରିଖରେ ୯ଟି ଜିଲ୍ଳା ଅର୍ଥାତ୍ ଗଞ୍ଜାମ, ଜଗତସିଂହପୁର, ମୟୂରଭଞ୍ଜ, ବଲାଙ୍ଗିର, କଟକ, ଝାରସୁଗୁଡା, କେନ୍ଦ୍ରୁଝର ଏବଂ ଦେବଗଡ ଓ ପୁରୀ ଗ୍ରୀନ ଜୋନରେ ଥିଲା । ଏଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ଗ୍ରୀନ୍‌ରୁ ରେଡ୍‌ ଜୋନ୍‌ ହୋଇ ସାରିଛି। ସେହିପରି ପୁରୀକୁ ଛାଡି ଅନ୍ୟ ୭ ଜିଲ୍ଲା ଅରେଞ୍ଜ ଜୋନରେ ଅଛି ।

coronaସୂଚନା ଥାଉକି, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା  ୨୮୭କୁ ବୃଦ୍ଧି ପାଇଛି । ଗଞ୍ଜାମରେ ୮୩, ଯାଜପୁରରେ ୫୫, ଖୋର୍ଦ୍ଧାରେ ୫୦, ବାଲେଶ୍ୱରରେ ୨୭ ଏବଂ ଭଦ୍ରକରେ ୨୫ ଟି ପଜିଟିଭ ବାହାରିଛି । ଏହି ୫ ଜିଲ୍ଳାରେ ମୋଟ ୨୪୦ ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏହି ୫ଟି ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୮୫ ପ୍ରତିଶତ ।

ccତେବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢୁଥିବାଦେଖି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ପ୍ରବାସୀ ଓଡ଼ିଆଙ୍କୁ କେବଳ ପରୀକ୍ଷା କରାଯିବା ପରେ ଅଣାଯିବ । ଟେଷ୍ଟିଂରେ ନେଗେଟିଭ୍ ଥିବା ଲୋକେ ହିଁ ରାଜ୍ୟକୁ ଫେରି ପାରିବେ । ପଜେଟିଭ୍ ମାନେ ସଂପୃକ୍ତ ରାଜ୍ୟରେ କ୍ୱାରେଣ୍ଟାଇନ୍‌ରେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.