ଏହି WWE ଷ୍ଟାରଙ୍କ ସହ ସ୍କୁଲରେ ହୋଇଥିଲା ୨ଥର ଦୁଷ୍କର୍ମ, ଯାହାର ଏବେ ସେ କଲେ ଖୁଲାସା

WWE ଲିଜେଣ୍ଡ ନିକ୍କୀ ବେଲା ନିଜ ବିଷୟରେ ଖୁଲାସା କରି କହିଛନ୍ତି ହାଇସ୍କୁଲରେ ପଢିବା ସମୟରେ ତାଙ୍କ ସହ ୨ଥର ଦୁଷ୍କର୍ମ ହୋଇଥିଲା। ସୂଚନା ମୁତାବକ ସେ ଏହି ଘଟଣା ସମ୍ପର୍କରେ ନିଜର ଯାଆଁଳା ଭଉଣୀ ବ୍ରୀ ବେଲାଙ୍କ ଦ୍ୱାରା ଲିଖିତ ସଂସ୍କରର ‘Incomparable’ ରେ ପ୍ରକାଶ କରିଛନ୍ତି। ଆମେରିକାରେ ରହୁଥିବା ନିକ୍କୀଙ୍କ ପ୍ରକୃତ ନାଁ ଷ୍ଟେଫନୀ ନିକୋଲ ଗାର୍ସିୟା-କୋଲସ। ସେ ଜଣେ ଅବସରପ୍ରାପ୍ତ ପ୍ରସିଦ୍ଧ କୁସ୍ତି ଖେଳାଳୀ।

nikkiସେ WWEର ରିଂଗରେ ନିକ୍କୀ ବେଳଶ ନାଁରେ ଜଣାଶୁଣା। ସେ ଦୁଇ ଥର -ରେ ଚ୍ୟାମ୍ପିୟନ ମଧ୍ୟ ହୋଇଛନ୍ତି। ନିଜ ସହ ହୋଇଥିବା ଦୁଷ୍କର୍ମର ଦୁଃଖଦ ଗଟଣା ସମ୍ପର୍କରେ ଦିଭା ଚ୍ୟାମ୍ପିୟାନ ଅନେକ ବର୍ଷ ପରେ ପ୍ରକାଶ କରିବାର କାରଣ ହେଉଛି, ଅନ୍ୟ ମହିଳାମାନେ ମଧ୍ୟ ତାଙ୍କଦ୍ୱାରା ପ୍ରେରିତ ହୁଅନ୍ତି। ୩୬ ବର୍ଷିୟ ଷ୍ଟାର ରେସଲର ଲେଖିଛନ୍ତି, ସେ ୧୫ ବର୍ଷର ହୋଇଥିବା ବେଳେ ତାଙ୍କ ସହ ପଢୁଥିବା ଜଣେ ଛାତ୍ର ହିଁ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହି ଘଟଣା ପୂର୍ବରୁ ସେ ସେହି ପୁଅକୁ ନିଜର ସାଙ୍ଗ ଭାବୁଥିଲେ।

ସେହିଭଳି କିଛି ମାସ ପରେ ସ୍କୁଲର ଜଣେ ସିନିୟର ଷ୍ଟୁଡେଣ୍ଟ ନିକ୍କୀଙ୍କ ସହ ଦୁଷ୍କର୍ମ କରିଥିଲେ। ଏକ ସାକ୍ଷାତକାର ମାଧ୍ୟମରେ ନିକ୍କୀ କହିଛନ୍ତି, ‘ଏହା ଏକ ଭୟାନକ ଅପରାଧ ଏବଂ ଏହାପରେ ଲାଜ ମଧ୍ୟ ଲାଗିଥାଏ। ଏହାପରେ ଯେଉର୍ କଳଙ୍କ ଲାଗିଥାଏ ତାହା ବାସ୍ତବିକ ଯନ୍ତ୍ରଣା ଠାରୁ ଅଧିକ କଷ୍ଟ।’ ନିକ୍କୀଙ୍କ କହିବାନୁଯାୟୀ, ଯଦି ଆପଣଙ୍କ ସହ ଏଭଳି କିଛି ହୋଇଥାଏ, ଆପାଣ ମଧ୍ୟ ସେହି ପୀଡିତାର ମାନସିକତାକୁ ବୁଝିପାରିବେ।

nikki bellaସୂଚନା ମୁତାବକ ନିକ୍କୀ ବହୁତ ଜଲଦି ଡ୍ୟାନ୍ସିଂ ଷ୍ଟାର ଅରଟେମ ଚିଗଓ୍ଵିଂଟସେଭଙ୍କ ପିଲାର ମାଁ ହେବାକୁ ଯାଉଛନ୍ତି। ନିକ୍କୀ କହିଛନ୍ତି, ମୁଁ କମ ବୟସ୍କ ମହିଳା ଏବଂ ଝିଅମାନଙ୍କୁ କହିବାକୁ ଚାହୁଁଛି ମତେ ଦେଖନ୍ତୁ। ମୁଁ ଆପଣଙ୍କ ସାହାଯ୍ୟ କରିପାରେ। ଯେପରି ମୁଁ ଏତେ ବର୍ଷ ଧରି ଏହି ଘଟଣାକୁ ଲୁଚାଇ ରଖିଥିଲି ଏଭଳି ଆପାଣ ବିଲକୁଲ୍‌ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.