Below header

ପତ୍ନୀ କାଜଲଙ୍କ ସହ ୨୨ ବର୍ଷ ତଳର ଥ୍ରୋ-ବ୍ୟାକ ପିକ ସେୟାର କଲେ ଅଜୟ, ଆଉ କ୍ୟାପ୍ସନରେ ଲେଖିଲେ ଏମିତି କିଛି…..

ବଲିଉଡ ଅଭିନେତା ଅଜୟ ଦେବଗନ ସୋସିଆଲ ମିଡିଆରୁ ଯଥା ସମ୍ଭବ ନିଜକୁ ଦୁରେଇ ରଖିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଜାରି ହୋଇଥିବା ଲକ ଡାଉନ କାରଣରୁ ଅଜୟ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଥିବା ଦେଖାଦେଉଛି । ଏବେକା ସମୟରେ ଅଜୟ ନିଜ ପୁରୁଣା ସ୍ମୃତି ସବୁକୁ ମନେ ପକାଇ ସେସମୟର ଫଟୋ ଗୁଡିକୁ ସୋ ସିଆଲ ମିଡ଼ିଆରେ ଲଗାତାର ଭାବେ ସେୟାର କରୁଛନ୍ତି । କିନ୍ତୁ ନିକଟରେ ଅଜୟ ସେୟାର କରିଥିବା ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଖୁବ ଜୋର ଧରିଛି । ଖାଲି ଫଟୋ ନୁହେଁ ତଳେ ଲେଖିଥିବା କ୍ୟାପ୍ସନ ମଧ୍ୟ ଲୋକଙ୍କ ମଧ୍ୟରେ ଏକ ଆଲୋଚନାର ବିଷୟ ପାଲଟିଛି ।

ajay

ଆଉ ସବୁଠୁ ମଜାଦାର ହେଉଛି ଦେଶବ୍ୟାପୀ ଲାଗୁ ହୋଇଥିବା ଲକ ଡାଉନକୁ ମାତ୍ର ୨ ମାସ ହୋଇଥିବା ବେଳେ ଅଜୟଙ୍କୁ ଲାଗୁଛି ସେ ଯେମିତି ଦୀର୍ଘ ୨୨ ବର୍ଷ ଧରି ଲକ ଡାଉନରେ ରହି ଆସୁଛନ୍ତି । ଆପଣ ନିଶ୍ଚିତ ରୂପେ ମନେ ମନେ ଭାବୁଥିବେ ଅଜୟଙ୍କୁ ଏମିତି କାହିଁକି ଲାଗୁଛି ବୋଲି | ପ୍ରକୃତରେ ଅଜୟ ନିକଟରେ କାଜଲଙ୍କ ସହ ନିଜର ଏକ ଥ୍ରୋ ବ୍ୟାକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଜରିଆରେ ଅଜୟ ନିଜ ବିବାହର ୨୨ ବର୍ଷର ସମୟକୁ ଲକ ଡାଉନ ସହ ତୁଳନା କରିଛନ୍ତି । ଏମିତିରେ ଅଧିକାଂଶ ସମୟରେ ଅଜୟ ସୋସିଆଲ ମିଡିଆରେ ଫଟୋ ସେୟାର କରି ପତ୍ନୀ କାଜଲଙ୍କୁ ଟ୍ରଲ କରିଥାନ୍ତି । ଏହି ଫଟୋ ସହ ବି ଅଜୟ ସେମିତି କିଛି କରିଛନ୍ତି । ଅଜୟ ଓ କାଜଲଙ୍କ ଏହି ବ୍ଲାକ ଆଣ୍ଡ ହ୍ୱାଇଟ ପିକ ବି ୨୨ ବର୍ଷ ତଳର ।

ajay

ଏହି ପିକର କ୍ୟାପ୍ସନରେ ସେ ଲେଖିଛନ୍ତିକି, ଏମିତି ଲାଗୁଛି କି ଲକ ଡାଉନ ଲାଗୁ ହେବାକୁ ବି ଯେମିତି ୨୨ ବର୍ଷ ହୋଇଗଲାଣି । ଦୁହିଁଙ୍କ ଏହି ଫଟୋକୁ ପ୍ରଶଂସକ ମାନେ ବି ଖୁବ ପସନ୍ଦ କରିବା ସହ ଭରପୂର ମାତ୍ରାରେ କମେନ୍ଟ ମଧ୍ୟ କରୁଥିବା ଦେଖାଦେଇଛି । ଏମିତିରେ ଅଜୟ ଓ କାଜଲଙ୍କ ଯୋଡିକୁ ବଲିଉଡର ସବୁଠୁ ଲୋକପ୍ରିୟ ଯୋଡି ଭାବେ ଧରାଯାଏ । ଦୁହେଁ ୧୯୯୯ ମସିହା ଫେବୃଆରୀ ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବଲିଉଡର ଏହି ବିନଦାସ ଯୋଡ଼ିଙ୍କ ଦୁଇ ସନ୍ତାନ ହେଲେ ନିଶା ଦେବଗନ ଓ ୟୁଗ ଦେବଗନ । ନିକଟରେ ହିଁ ଏହି ଯୋଡି ଫିଲ୍ମ “ତାନାଜୀ ଦ ଅନସର ବାରିୟର”ରେ ଏକାଠି ନଜର ଆସିଥିଲେ । ଦୁହିଁଙ୍କ ଯୋଡିକୁ ସ୍କ୍ରିନ ଉପରେ ଖୁବ ପସନ୍ଦ ମଧ୍ୟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.