କରୋନା ଟୀକା ଏବଂ ମେଡ଼ିସିନ ବାହାର କରିବା ପାଇଁ ହାତ ମିଶାଇଲେ ଆମେରିକା ଏବଂ ଜାପାନ

କରୋନା ବିପକ୍ଷରେ ଲଢ଼େଇକୁ ମଜବୁତ କରିବା ପାଇଁ ମିଶିଲେ ଆମେରିକା ଏବଂ ଜାପାନ। କରୋନା ଟୀକା ଏବଂ ଔଷଧ ବନାଇବା ପାଇଁ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ହାତ ମିଳାଇଛନ୍ତି। କେବଳ ଏତିକି ନୁହେଁ ଉଭୟ ଦେଶର ଅର୍ଥବ୍ୟବସ୍ଥାକୁ ବଢାଇବା ପାଇଁ ମଧ୍ୟ ଆଗଭର ହୋଇଛନ୍ତି। ଦୁଇ ନେତା ଜାପାନ ଏବଂ ଆମେରିକା ମଧ୍ୟରେ ବ୍ୟବସାୟିକ ଗତିବିଧିକୁ ଆରମ୍ଭ କରିବା ପାଇଁ ଫୋନ ଜରିଆରେ କଥା ହୋଇ ନିଷ୍ପତ୍ତି ନେଇଛନ୍ତି।

coronaଜାପାନର ସଚିବ ଜଣାଇଛନ୍ତି ଯେ ଉଭୟ ଦେଶ କରୋନା ଟୀକା ଏବଂ ମେଡ଼ିସିନ ପ୍ରସ୍ତୁତ କରିବା ପାଇଁ ଏକ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ଆମେରିକୀୟ କମ୍ପାନୀ ଜିଲିଡ଼ ସାଇନ୍ସସେଜର ଆଣ୍ଟିଭାଇରସ ଔଷଧ ରେମେଡିସିବିରକୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ପ୍ରୟୋଗ କରିବା ପାଇଁ ଅନୁମତି ଦେଇସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.